ରାୟଗଡ଼ା: ଦୁର୍ଘଟଣା ପରେ ଜଳିଗଲା ଟ୍ୟାଙ୍କର। ରାୟଗଡ଼ା ଜିଲ୍ଲା ମଝିଘରିଆଣି ମନ୍ଦିର ବ୍ରିଜ୍ ନିକଟରେ ଏକ ଟ୍ରକ୍ ଓ ଏସିଡ୍ ବୋଝେଇ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବାପରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।
ମୁମ୍ବାଇରୁ ଜେକେପୁର କାଗଜ କଳକୁ ହାଇଡ୍ରୋଜେନ ପାରାକ୍ସାଇଡ୍ ଏସିଡ୍ ନେଇ ଆସୁଥିବା ଏହି ଟ୍ୟାଙ୍କର ମଝିଘରିଆଣି ମନ୍ଦିର ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା। ଅପରପଟୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ୍ ସହ ଟ୍ୟାଙ୍କରଟିର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ଟ୍ୟାଙ୍କରଟି ଜଳି ଯାଇଥିଲା।
ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଦୁର୍ଘଟଣାରେ ଟ୍ୟାଙ୍କର ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି।
Comments are closed, but trackbacks and pingbacks are open.