ଏସ୍ଏଚଜିଙ୍କୁ ୫ହଜାର କୋଟି ଟଙ୍କାର କାମ ଦେବାକୁ ବ୍ୟବସ୍ଥା

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ): ମିସନ୍ ଶକ୍ତିର ଅଭିଯାନ ଉପରେ ସମୀକ୍ଷା କରିଛନ୍ତି ବିଭାଗୀୟ ନିଦେ୍ର୍ଧଶିକା ସୁଜାତା କାର୍ତ୍ତିକେୟନ୍ । ଜଗତସିଂହପୁରକୁ ଦିନିକିଆ ଗସ୍ତରେ ଆସି ମିସନ୍ ଶକ୍ତି ବିଭାଗର କମିସନର ତଥା ନିଦେ୍ର୍ଧଶିକା ଶ୍ରୀମତୀ କାର୍ତ୍ତିକେୟନ୍ ଜିଲ୍ଲାପାଳଙ୍କ ସଦ୍ଭାବନା ସଭା ଗୃହରେ ଆହୂତ ବୈଠକରେ ଯୋଗଦେଇ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ବହୁ ବର୍ଷ ହେଲା ସରକାର ସ୍ୱୟଂ ସହାୟକ ଗୋÂୀଙ୍କୁ ଗୁରୁତ୍ୱ ପ୍ରଦାନ କରି ଆସୁଛନ୍ତି । ୨ରୁ ୩ ବର୍ଷ ହେବ ମିସନ୍ ଶକ୍ତି ନିମନ୍ତେ ଅଧିକ ବଜେଟ୍ର ବ୍ୟବସ୍ଥା କରିଛନ୍ତି । ୨୦୧୯ କ୍ୟାବିନେଟ୍ ନିଷ୍ପତ୍ତି ମାଧ୍ୟମରେ ସରକାର ୫ ହଜାର କୋଟି ଟଙ୍କାର କାମ କେବଳ ସ୍ୱୟଂ ସହାୟକ ଗୋÂୀମାନଙ୍କୁ ପ୍ରଦାନ କରିବା ନିମନ୍ତେ ବ୍ୟବସ୍ଥା କରିଛନ୍ତି । ମିସନ୍ ଶକ୍ତି ଋଣ ମାଧ୍ୟମରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧ ଛାଡ଼ କରିଛନ୍ତି । ଉକ୍ତ ସୁଧ ଟଙ୍କା ମା’ ମାନଙ୍କ ଜମାଖାତାକୁ ଯାଉଛି । ଏବେ ରାଜ୍ୟ ସରକାର ପ୍ରଥମ ଥର ପାଇଁ ମିସନ୍ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗର ମାନ୍ୟତା ପ୍ରଦାନ କରିଛନ୍ତି । ଫଳରେ ଏବେ ଏହା ଏକ ଯୋଜନା ନୁହେଁ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ହୋଇଛି । ତେଣୁ ଏ ଦିଗରେ ଜିଲ୍ଲାରେ କ’ଣ ସବୁ ସମସ୍ୟା ଅଛି ସେଥିପାଇଁ ସମସ୍ତ ଜିଲ୍ଲା ଗସ୍ତ କରାଯାଇ ସମାଧାନର ରାସ୍ତା ବାହାର କରାଯାଉଥିବା ନେଇ ଶ୍ରୀମତୀ କାର୍ତ୍ତିକେୟନ୍ କହିଥିଲେ ।
ସମୀକ୍ଷା ବୈଠକରେ ବ୍ଲକ ସ୍ତରୀୟ ଫେଡେରେସନ୍ର କାର୍ଯ୍ୟକ୍ରମ, ବ୍ୟାଙ୍କ ଲିଙ୍କେଜ୍, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମିସନ୍ ଶକ୍ତି ଗୃହ ନିର୍ମାଣ ସଂପର୍କରେ ଆଲୋଚନା ହୋଇଥିଲା । ଚଳିତ ବଜେଟ୍ରେ ପ୍ରସ୍ତାବ ଅଛି, ପ୍ରତି ବ୍ଲକ ମହାସଂଘ ପାଇଁ ୫୦ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ମିସନ୍ ଶକ୍ତି ଗୃହ ନିର୍ମାଣ କରାଯିବ । ଏହାଛଡ଼ା ଉକ୍ତ ଗୃହ ନିର୍ମାଣର ଦାୟିତ୍ୱ ସେମାନେ ମଧ୍ୟ ନେଇପାରିବେ । ଉକ୍ତ ମିସନ୍ ଶକ୍ତି ଗୃହରେ ବ୍ଲକ ମହାସଂଘର ବୈଠକ, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ବିକ୍ରୟ କେନ୍ଦ୍ର ଖୋଲାଯିବ । ଯେଉଁ ସ୍ୱୟଂ ସହାୟକ ଗୋÂୀମାନେ ଋଣ ପାଇପାରୁ ନାହାଁନ୍ତି, ଜିପିଏଲ୍ଏଫ୍ ଓ ସିଏଲଏଫ୍ରୁ ସହାୟତା ପାଉ ନାହାଁନ୍ତି, କିନ୍ତୁ ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ହାତ ନେବାକୁ ସେମାନଙ୍କର ଏସବୁର ଆବଶ୍ୟକତା ରହୁଛି ଏବଂ ଖାଦ୍ୟ ସୁରକ୍ଷା ଓ ଜରୁରୀ ମେଡ଼ିକାଲ ଚିକିସôା ଜରୁରୀ, ସେକ୍ଷେତ୍ରରେ ସରକାର ପ୍ରତି ବ୍ଲକକୁ ୨୫ ଲକ୍ଷ ଟଙ୍କାର ରିଭଲଭିଙ୍ଗ୍ ଯୋଗାଇ ଦେଇଛନ୍ତି । ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଳକ ବ୍ୟତୀତ ସମସ୍ତ ବ୍ଲକ ନିମନ୍ତେ ୧ କୋଟି ୨୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବୈଠକରେ ଅବଗତ କରାଯାଇଥିଲା ।
ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମିସନ୍ ଶକ୍ତି ବିଭାଗର କମିସନରଙ୍କୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବ୍ଲକ ଫେଡେ଼ରେସନ୍ ଓ ଓଡ଼ିଶା ଜୀବିକା ମିସନ୍ର ସଫଳତା ସଂପର୍କରେ ଅବଗତ କରାଇଥିଲେ । ଏହାସହ କୋଭିଡ଼୍ ସଂକ୍ରମଣ ସମୟରେ ମହିଳା ଏସ୍ଏଚ୍ଜି ଓ ଉପôାଦକ ଗୋÂୀଙ୍କ ଦ୍ୱାରା ପ୍ରସ୍ତୁତ ମାସ୍କ ଏବଂ ସାନିଟାଇଜର ପ୍ରତ୍ୟେକ ବ୍ଲକ ଓ ଅନ୍ୟ କାର୍ଯ୍ୟାଳୟଙ୍କୁ ଯୋଗାଣ ଉପରେ ଜଣାଇଥିଲେ । କେବଳ ସେତିକି ନୁହେଁ ଉପôାଦକ ଗୋÂୀ ଓ ସ୍ୱୟଂ ସହାୟକ ଗୋÂୀମାନଙ୍କ ଦ୍ୱାରା ଅଙ୍ଗନବାଡ଼ି ଓ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ପ୍ରସ୍ତୁତ କରାଯାଇ ୩ କୋଟିରୁ ଅଧିକ ଟଙ୍କାର ପାରିଶ୍ରମିକ ପ୍ରଦାନ କରାଯାଇଥିବା ଜିଲ୍ଲାପାଳ ସୂଚନା ରଖିଥିଲେ । ସେହିପରି ଏସ୍ଏଚ୍ଜି ଉପôାଦିତ ସାମଗ୍ରୀର ବିକ୍ରୀ ନିମନ୍ତେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ରୟ କେନ୍ଦ୍ର ଖୋଲାଯାଇଛି । ଜଇପୁରଠାରେ ଥିବା ବୟନ ଗ୍ରାମର ପୁନରଉଦ୍ଧାର ସହ ମହିଳା ବୁଣାକାରଙ୍କୁ ନିଜ ଗୋଡ଼ରେ ଛିଡ଼ା ହେବାକୁ ଉସôାହିତ କରାଯାଇଛି । ସହରାଞ୍ଚଳର ପ୍ରତ୍ୟେକ ୱାଡର଼୍ରେ ମଧ୍ୟ ମିସନ୍ ଶକ୍ତି ଗୃହ ନିର୍ମାଣ କରାଯିବ । ଜିଲ୍ଲାର କୁଜଙ୍ଗ, ଏରସମା ଓ ପାରାଦୀପର ଏସ୍ଏଚ୍ଜିଙ୍କୁ ବିଦୁ୍ୟତ ମିଟର ରିଡ଼ିଂ କାର୍ଯ୍ୟରେ ନିଯୁକ୍ତି ପ୍ରଦାନ କରାଯାଇଛି । ଏହାବାଦ୍ ସ୍ୱୟଂ ସହାୟକ ଗୋÂୀଙ୍କୁ ମଧ୍ୟାହ୍ନ ଭୋଜନ, କୁକୁଡ଼ା ଚିଆଁ ପ୍ରଦାନ, ଦୁଗ୍ଧଜାତ ଉପôାଦ, ଉଦ୍ୟାନ କୃଷି, ମସô୍ୟ ଚାଷ ନିମନ୍ତେ ପ୍ରଶିକ୍ଷଣ ଓ ସହାୟତା ଯୋଗାଇ ଦିଆଯାଇଥିବା ଜିଲ୍ଲାପାଳ କହିଥିଲେ ।
ଏତଦ୍ଭିନ୍ନ ସାଧାରଣ ବଣ୍ଟନ, ଛତୁ, ପରିବା ଚାଷ ସହ ଫାର୍ମ ପପ୍ କାର୍ଯ୍ୟ ପାଇଁ ମହିଳା ଗୋÂୀଙ୍କୁ ସହାୟତା ଦିଆଯାଇଥିବା ଜିଲ୍ଳାପାଳ ପ୍ରକାଶ କରିଥିଲେ । ସଂପ୍ରତ୍ତି ଜିଲ୍ଲାରେ ଜୀବିକା ନିର୍ବାହ କାର୍ଯ୍ୟରେ ୧୩୩୮ ସ୍ୱୟଂ ସହାୟକ ଗୋÂୀଙ୍କୁ ନିୟୋଜିତ କରାଯାଇଛି । ତା’ସହ ୨ ଲକ୍ଷ ୧୭ ହଜାର ୨୪୬ ଜଣ ମହିଳା ୧୯ ହଜାର ୫୩୨ଟି ସ୍ୱୟଂ ସହାୟକ ଦଳରେ ଅନ୍ତର୍ଭୁକ୍ତ ହୋଇଥିବା ବୈଠକରେ କୁହାଯାଇଥିଲା । ମିସନ୍ ଶକ୍ତି ବିଭାଗର ଉପଶାସନ ସଚିବ ବିନୋଦ କୁମାର ଜେନା, ଟିମ୍ ଲିଡ଼ର ଚୌଧୁରୀ ଶ୍ରୀପତି ମିଶ୍ର, ପ୍ରକଳ୍ପ ନିଦେ୍ର୍ଧଶକ ସରୋଜକାନ୍ତ ମହାନ୍ତି, ସମାଜ ମଙ୍ଗଳ ଅଧିକାରୀ ସ୍ୱଣ୍ଣ ର୍ ମଞ୍ଜରୀ ନାୟକ, ଓରମାସର ଡେପୁଟି ସିଇଓ ସତ୍ୟ ସୁନ୍ଦର ଶିବରାମ ପାଇଟାଳଙ୍କ ସମେତ ବ୍ଲକ ଫେଡେ଼ରେସନ୍ ସଭାପତି, ସମ୍ପାଦକ, ଜୀବିକା ମିଶନର କର୍ମକର୍ତ୍ତାମାନେ ବୈଠକରେ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons