ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଜ୍ୟବାସୀଙ୍କୁ ଆନ୍ତର୍ଜାତିକ ସ୍ତରର ସପିଙ୍ଗ୍ ଅଭିଜ୍ଞତା ଦେବାକୁ ରସୁଲଗଡ଼ଠାରେ ଖୋଲିଥିବା ଏସ୍ପ୍ଲାନେଡ୍ ୱାନ୍ ମଲକୁ ବର୍ଷେ ପୂରିଛି । ଏ ଅବସରରେ ଆୟୋଜିତ କେକ୍ କଟିଙ୍ଗ୍ ଉତ୍ସ ବ ଅବସରରେ ଏସ୍ପ୍ଲାନେଡ୍ ୱାନ୍ ସେଣ୍ଟର ନିର୍ଦ୍ଦେଶକ ପାର୍ଥ ପ୍ରତୀମ ନାୟକ କହିଛନ୍ତି, ୧୮ଟି ଷ୍ଟୋରକୁ ନେଇ ୨୦୧୮ରେ ମଲ ଖୋଲିଥିଲା । ଆଜି ଏବେ ମଲ୍ର ୧୦୦ଧ ଷ୍ଟୋର ପୂରଣ ହୋଇସାରିଛି । ଓଡ଼ିଶାର ଲୋକମାନେ ଆମକୁ ଅନେକ ଭଲପାଇବା ଓ ସମର୍ଥନ ଦେଇଛନ୍ତି । ଏଥିପାଇଁ ଆମେ ସମସ୍ତଙ୍କୁ ଧନ୍ୟବାଦ ଦେଉଛୁ । ସେ କହିଛନ୍ତି, ବାତ୍ୟା ଫୋନି ପରେ ଲୋକମାନଙ୍କ ମୁହଁରେ ହସ ଫୁଟାଇବାକୁ ମଲ୍ର ପ୍ରତିଟି କର୍ମଚାରୀ ବହୁ ପ୍ରଚେଷ୍ଟା କରିଥିଲେ । ଆଗାମୀ ଦିନରେ ମଧ୍ୟ ଆମେ ଏଭଳି କାର୍ଯ୍ୟ ଜାରି ରଖିବୁ । ଶ୍ରୀ ନାୟକ କହିଛନ୍ତି, ଏସ୍ପ୍ଲାନେଡ୍ ୱାନ୍ ମଲ୍ ଏବେ କେବଳ ଓଡ଼ିଶାର ଏକ ନମ୍ବର ମଲ୍ ଭାବେ ପରିଚିତ ହୋଇଛି ତାହାନୁହେଁ ବରଂ ଏହା ଓଡ଼ିଶାର ଗର୍ବ ଭାବେ ପରିଚୟ ପାଇଛି । ଏହା ସମସ୍ତଙ୍କ ହୃଦୟରେ ସ୍ଥାନ ପାଇପାରିଛି ।


Comments are closed, but trackbacks and pingbacks are open.