ଏସ୍ପ୍ଲାନେଡ୍ ୱାନ୍ ମଲ୍ରେ ମେଗା ମିଡ୍ନାଇଟ୍ ସେଲ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ):ସ୍ୱାଧୀନତା ଦିବସ ଉପଲକ୍ଷେ ଏସ୍ପ୍ଲାନେଡ୍ ୱାନ୍ ମଲ୍ ପକ୍ଷରୁ ଘୋଷଣା କରାଯାଇଛି ଦ୍ୱିତୀୟ ସଂସ୍କରଣ ମିଡ୍ନାଇଟ୍ ସେଲ୍ । ପୂର୍ବାପେକ୍ଷା ଏହା ଅଧିକ ବଡ଼ ଏବଂ ଆକର୍ଷଣୀୟ ହେବ । ଅଗଷ୍ଟ ୧୫ ମଧ୍ୟରାତ୍ରି ଯାଏ ମଲ୍ ଖୋଲା ରହିବ । ଗ୍ରାହକ ୧୦୦ରୁ ଊଦ୍ଧ୍ୱର୍ ନାମୀଦାମୀ ଜାତୀୟ ଏବଂ ଅନ୍ତର୍ଜାତୀୟ ବ୍ରାଣ୍ଡରେ ଫ୍ଲାଟ୍ ୫୦% ରିହାତି ପାଇପାରିବେ ।
ରିଲାଏନ୍ସ ଡିଜିଟାଲ, ଲାଇଫ୍ଷ୍ଟାଇଲ୍, ମାର୍କସ ଆଣ୍ଡ୍ ସ୍ପେନ୍ସର, ହୋମ୍ ସେଣ୍ଟର, ଆଇକନିକ୍, ହ୍ୟାମିଲିଜ୍, ଟାଇମ୍ଜୋନ୍ ଆଦି ବ୍ରାଣ୍ଡ ସେଲ୍ରେ ଅଂଶଗ୍ରହଣ କରୁଛନ୍ତି । ୧୫ ବର୍ଷର କାରବାର ମଧ୍ୟରେ ଏହି ମଲ୍ ରାଜ୍ୟବାସୀଙ୍କ ମଧ୍ୟରେ ଅତି ଲୋକପ୍ରିୟ ହୋଇଗଲାଣି । ତେବେ ମିଡ୍ନାଇଟ୍ ସେଲ୍ ଜରିଆରେ ଗ୍ରାହକଙ୍କ ସପିଂ ଅନୁଭୂତି ଏକ ନୂଆ ସ୍ତରରେ ପହଞ୍ଚିବ । ଉତ୍ସାହ, ଉପହାର ଏବଂ ମନୋରଞ୍ଜନ ପରିବେଶକୁ ଆନନ୍ଦରେ ଭରିଦେବ । ସମାନ ଦିନରେ ରାକ୍ଷୀ ପୂଣ୍ଣିମା ଥିବାରୁ ବୃହତ୍ ସଂଖ୍ୟାରେ ପରିବାରଙ୍କ ସମାଗମ ହେବ ବୋଲି ମଲ୍ ପକ୍ଷରୁ ପ୍ରକାଶ । ସେଲ୍କୁ ନେଇ ଏସ୍ପ୍ଲାନେଡ୍ ୱାନ୍ ମଲ୍ର ସେଣ୍ଟର ନିର୍ଦ୍ଦେଶକ ପାର୍ଥ ନାଏକ୍ କହିଛନ୍ତି ଯେ, ଫ୍ୟାସନ୍, ଖାଦ୍ୟ କିମ୍ବା ମନୋରଞ୍ଜନ ସବୁଥିରେ ଆମେ ଗ୍ରାହକଙ୍କ ମନ ଜିଣିଛୁ । ସେମାନଙ୍କୁ ସର୍ବୋତ୍ତମ ସେବା ଯୋଗାଇବାରେ ଆମେ ଶତ ପ୍ରତିଶତ ଉଦ୍ୟମ କରୁଛୁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons