ଏସ୍ସିବି ପାଇଁ ବଡ଼ ପ୍ୟାକେଜ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସ୍ସିବି)ର ପୁନର୍ବିନ୍ୟାସ ହେବ । ଏହି ଯୋଜନାର ମୂଳଦୁଆ ପକାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଏହି ପ୍ରକଳ୍ପ ପାଇଁ କ୍ଷତିଗ୍ରସ୍ତଙ୍କ ଲାଗି ଥଇଥାନ ଓ ସହାୟତା ପ୍ୟାକେଜକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ୟାକେଜ ଅନୁଯାୟୀ ପ୍ରକଳ୍ପରେ ପ୍ରଭାବିତ ହେବାକୁ ଥିବା ପ୍ରତି ପରିବାର, ଦୋକାନ, ଧାର୍ମିକ ଅନୁÂାନ, କ୍ଲବ ଓ ଗୁହାଳ ପାଇଁ ମଧ୍ୟ ସହାୟତା ଯୋଗାଇ ଦେବେ ସରକାର । ଏପରିକି ସ୍ଥାନାନ୍ତର ପାଇଁ କ୍ଷତିଗ୍ରସ୍ତ ପରିବାରକୁ ପରିବହନ ଖର୍ଚ୍ଚ ମଧ୍ୟ ମିଳିବ ।
ସରକାରଙ୍କ ପ୍ୟାକେଜରେ ସ୍ଥାୟୀ ବାସଗୃହ, ଅନଧିକୃତ ଭାବେ ନିର୍ମିତ ଘର, ମାଛ ମାର୍କେଟ କମ୍ପେ୍ଲକ୍ସ, ସ୍ଥାୟୀ ଦୋକାନ, ଅନଧିକୃତ ଭାବେ ନିର୍ମିତ ଦୋକାନ ଓ ଉଠାଦୋକାନୀ, ଧାର୍ମିକ ଅନୁÂାନ, କ୍ଲବ ଓ ଗୁହାଳ ପାଇଁ ସହାୟତା ଘୋଷଣା କରାଯାଇଛି । ସ୍ଥିତିବାନ ସତ୍ତ୍ୱ ଥିବା ଜମି ମାଲିକମାନଙ୍କର ଘର ଓ ଜମି ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ପ୍ରକ୍ରିୟାରେ ସିଧାସଳଖ କିଣି ଅଧିଗ୍ରହଣ କରାଯିବ । ଜମି ଅଧିଗ୍ରହଣ ଆଇନ-୨୦୧୩ ବ୍ୟବସ୍ଥା ଅନୁଯାୟୀ କ୍ଷତିପୂରଣ ଦିଆଯିବ । ପ୍ରତି ପରିବାରକୁ ସ୍ଥାନାନ୍ତର ସହାୟତା ବାବଦରେ ପରିବହନ ଖର୍ଚ୍ଚ ଓ ଜରୁରୀ ବ୍ୟବସ୍ଥା ପାଇଁ ୧ ଲକ୍ଷ ଟଙ୍କା ଦିଆଯିବ ।
ଅନଧୀକୃତ ବାସଗୃହ କ୍ଷେତ୍ରରେ କ୍ଷତିଗ୍ରସ୍ତ ପରିବାରକୁ ଏକକାଳୀନ ସହାୟତା ଭାବରେ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ । ଅସ୍ଥାୟୀ ଆବାସ ହୋଇଥିଲେ କଟକ ମହାନଗର ନିଗମ (ସିଏମ୍ସି) ଓ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥିରୀକୃତ ଅଞ୍ଚଳରେ ପ୍ରତି ପରିବାର ପାଇଁ ୧୫ ଫୁଟରେ ୧୫ ଫୁଟ ପ୍ଲଟରେ ଅସ୍ଥାୟୀ ଭାବେ ନିଜ ଖର୍ଚ୍ଚରେ ଘର ନିର୍ମାଣ ପାଇଁ ଲାଇସେନ୍ସ ଦିଆଯିବ । ସିଏମ୍ସି ଦ୍ୱାରା ସେଇ ଅଞ୍ଚଳରେ ମୌଳିକ ସୁବିଧା ଯୋଗାଇ ଦିଆଯିବ । ରାଜ୍ୟ ସରକାରଙ୍କ ପରିଚାଳିତ ସୁଲଭ ଗୃହ ନିର୍ମାଣ ପ୍ରକଳ୍ପରେ ଏହି ପରିବାରଗୁଡ଼ିକୁ ଚୂଡ଼ାନ୍ତ ଭାବରେ ଥଇଥାନ କରାଯିବା ପରେ ସେମାନେ ଏହି ଅସ୍ଥାୟୀ ବାସଗୃହକୁ ଛାଡ଼ିବେ । ଅସ୍ଥାୟୀ ଆବାସସ୍ଥଳୀରେ ଆଶ୍ରୟ ନେଇଥିବା ଲୋକଙ୍କୁ ୮ ଦିନ ଯାଏଁ ଖାଦ୍ୟ ଯୋଗାଇ ଦିଆଯିବ । ସ୍ଥାନାନ୍ତରିତ ଲୋକଙ୍କ ପରିବହନ ଦାୟିତ୍ୱ ସିଏମ୍ସି ତୁଲାଇବ ।
ଏସ୍ସିବି ପ୍ରକଳ୍ପ ପାଇଁ ପ୍ରଭାବିତ ହେଉଥିବା ମହାନଗର ନିଗମରେ ରେଜିଷ୍ଟ୍ରିଭୁକ୍ତ ଦୋକାନୀ ଓ ମାଛ ବିକ୍ରେତାଙ୍କୁ ଏକକାଳୀନ ୧ ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦିଆଯିବ । ସିଏମ୍ସି ସେମାନଙ୍କର ସିକୁ୍ୟରିଟି ଡିପୋଜିଟ୍ ଫେରାଇ ଦେବେ । ସେହିପରି କ୍ଷତିଗ୍ରସ୍ତ ଉଠାଦୋକାନୀଙ୍କୁ ସିଏମ୍ସି ଭେଣ୍ଡିଂ ଜୋନ୍ରେ ଅଗ୍ରାଧିକାର ଭିତ୍ତିରେ ସ୍ଥାନ ଯୋଗାଇବ ।
ସ୍ଥିତିବାନ ସତ୍ତ୍ୱ ଥିବା ଜମିରେ ତିଆରି ସମସ୍ତ ଦୋକାନ ଘରଗୁଡ଼ିକୁ ରାଜ୍ୟ ସରକାରଙ୍କ ଅନୁମୋଦିତ ପ୍ରକ୍ରିୟାରେ ସିଧାସଳଖ କିଣାଯାଇ ଅଧିଗ୍ରହଣ କରାଯିବ । ଜମି ଅଧିଗ୍ରହଣ ଆଇନ-୨୦୧୩ ବ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ କ୍ଷତିପୂରଣ ଦିଆଯିବ । ପ୍ରତି କ୍ଷତିଗ୍ରସ୍ତଙ୍କୁ ପରିବହନ ଓ ତୁରନ୍ତ ବ୍ୟବସ୍ଥା ପାଇଁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦୁଇଟି କିସ୍ତିରେ ମିଳିବ । ପ୍ରଥମ କିସ୍ତି ଆରମ୍ଭରେ ଦିଆଯିବ । ଜମି ଖାଲି ହେବା ପରେ ଦିଆଯିବ ଦ୍ୱିତୀୟ କିସ୍ତି ।
ପ୍ରକଳ୍ପ ଲାଗି ପ୍ରଭାବିତ ହେବାକୁ ଥିବା ପ୍ରତି ଅନଧୀକୃତ ଦୋକାନ ଘର ପାଇଁ ଏକକାଳୀନ ୩୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ । ସେହିପରି ପ୍ରତି ଉଠାଦୋକାନୀଙ୍କୁ ଏକକାଳୀନ ୨୦ ହଜାର ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ ।
ଏସ୍ସିବି ନବକଳେବର ପ୍ରକଳ୍ପ ଲାଗି ଧାର୍ମିକ ଅନୁÂାନ ଓ କ୍ଲବ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳ ୧ ଲକ୍ଷ ଟଙ୍କା ଲେଖାଏଁ ଏକକାଳୀନ ସହାୟତା ଯୋଗାଇ ଦେବେ ବୋଲି ଘୋଷଣା କରାଯାଇଛି ।
ଏସ୍ସିବି ନବକଳେବର ପାଇଁ ସ୍ଥାନାନ୍ତରିତ ହେବାକୁ ଥିବା ଗୁହାଳ ପିଛା ଏକକାଳୀନ ୨୦ ହଜାର ଟଙ୍କା ଦିଆଯିବ ।
ସରକାରୀ କ୍ୱାର୍ଟର୍ସ ଖାଲି କରୁଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ସରକାରୀ ନିୟମ ଅନୁଯାୟୀ ଘରଭଡ଼ା ସହିତ ୧୨ ମାସ ପର୍ଯ୍ୟନ୍ତ କିମ୍ବା ନୂଆ କ୍ୱାର୍ଟର୍ସ ମିଳିବା ପର୍ଯ୍ୟନ୍ତ ସ୍ୱତନ୍ତ୍ର ସହାୟତା ଦିଆଯିବ । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ମାସିକ ୫ ହଜାର ଟଙ୍କା, ତୃତୀୟ ଶ୍ରେଣୀ କର୍ମଚାରୀଙ୍କୁ ୭୫୦୦ ଟଙ୍କା, ଦ୍ୱିତୀୟ ଶ୍ରେଣୀ କର୍ମଚାରୀଙ୍କୁ ୧୦ ହଜାର ଓ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ ୧୨, ୫୦୦ ଟଙ୍କା ଲେଖାଏଁ ଦିଆଯିବ ବୋଲି ପ୍ୟାକେଜ୍ରେ ଘୋଷଣା ହୋଇଛି ।
ଆର୍ଡିସିଙ୍କ ନେତୃତ୍ୱରେ ଗଠିତ କମିଟି ବଜାର ଦର ଅନୁଯାୟୀ ପ୍ରଭାବିତ ହେଉଥିବା ଅନୁÂାନ ପାଇଁ ଭଡ଼ା ଘର ବ୍ୟବସ୍ଥା ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ କରିବ ।
ଏହି ଥଇଥାନ ଓ ପୁନର୍ବାସ ନୀତି କଟକ ଜିଲ୍ଲାପାଳଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯିବ । ଯେହେତୁ ଏହି ପ୍ରକଳ୍ପ ପାଇଁ ଜମି ଓ ସମ୍ପତ୍ତି ଅଧିଗ୍ରହଣ ଆଲୋଚନା ଭିତ୍ତିରେ କରାଯିବ, ସେଥିପାଇଁ କେନ୍ଦ୍ରାଞ୍ଚଳ ଆର୍ଡିସିଙ୍କ ଅନୁମୋଦନ କ୍ରମେ ଜିଲ୍ଲାପାଳ ଆବଶ୍ୟକ ସ୍ଥଳେ ସହାୟତାରେ ବୃଦ୍ଧି ବା ପରିବର୍ତ୍ତନ ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ । ଏହି ଥଇଥାନ ପୁନର୍ବାସ ପ୍ୟାକେଜ୍ କାର୍ଯ୍ୟକାରୀ ପାଇଁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ପାଣ୍ଠି ଯୋଗାଇ ଦେବେ ।
ସୂଚନାଯୋଗ୍ୟ,ଏସ୍ସିବିକୁ ଏକ ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରତିÂାନ ଭାବେ ବିକଶିତ କରାଯିବ । ଏହାର ସମ୍ପ୍ରସାରଣ କରି ସମସ୍ତ ଅତ୍ୟାଧୁନିକ ଚିକିତ୍ସା ଓ ଗବେଷଣା ସୁବିଧା ସହିତ ୩ ହଜାର ଶଯ୍ୟା ବିଶିଷ୍ଟ ଚିକିତ୍ସା ପ୍ରତିÂାନ ଭାବେ ଗଢ଼ିବାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons