ଏୟାର ଇଣ୍ଡିଆର ୪,୬୦୦ କୋଟି କ୍ଷତି

Get real time updates directly on you device, subscribe now.

ନୂଆଦିଲ୍ଲୀ: ୨୦୧୮-୧୯ ଆର୍ଥିକବର୍ଷରେ ରାଷ୍ଟ୍ରାୟତ୍ତ ବିମାନ ସେବା ପ୍ରଦାନକାରୀ କମ୍ପାନି ଏୟାର ଇଣ୍ଡିଆ ୪,୬୦୦ କୋଟି ଟଙ୍କା ପରିଚାଳନା କ୍ଷତିର ସମ୍ମୁଖୀନ ହୋଇଛି । ଅତ୍ୟଧିକ ତେଲ ଦର ଏବଂ ବୈଦେଶିକ ବିନିମୟ ଜନିତ କ୍ଷତି ଯୋଗୁ ପରିଚାଳନା କ୍ଷତି ପରିମାଣ ବଢ଼ିଥିବା ଜଣାପଡ଼ିଛି । ତେବେ ଚଳିତ ୨୦୧୯-୨୦ ଆର୍ଥିକବର୍ଷରେ କମ୍ପାନି ପରିଚାଳନାଗତ ଲାଭ ଦେଖିବ ବୋଲି ଆଶାବ୍ୟକ୍ତ କରିଛି ।
ଜଣେ ବରିÂ ଅଧିକାରୀଙ୍କ କହିବାନୁଯାୟୀ ୨୦୧୮-୧୯ରେ ଏୟାର ଇଣ୍ଡିଆର ନିଟ୍ କ୍ଷତି ପାଖାପାଖି ୮,୪୦୦ କୋଟି ଟଙ୍କା ହୋଇଥିବା ବେଳେ ମୋଟ ରାଜସ୍ୱ ପରିମାଣ ୨୬,୪୦୦ କୋଟି ଟଙ୍କାରେ ପହଞ୍ଚିଛି । ଆଉ ଜଣେ ବରିÂ ଅଧିକାରୀ କହିଛନ୍ତି, ୨୦୧୯-୨୦ରେ କମ୍ପାନି ୭୦୦ରୁ ୮୦୦ କୋଟି ଟଙ୍କାର ପରିଚାଳନା ଲାଭ କରିବା ସମ୍ଭାବନା ରହିଛି । ବର୍ତ୍ତମାନ ବିମାନ ତେଲ ଦର ଆପେକ୍ଷିକ ବହୁତ କମ୍ ରହିଛି ଏବଂ ବୈଦେଶିକ ବିନିମୟ ହାରରେ ଅସ୍ଥିରତା ଆସିବ ନାହିଁ ବୋଲି ଆଶା କରାଯାଉଛି ।
ସୂଚନାଥାଉ କି ଚଳିତବର୍ଷ ଜୁନ୍ରେ ଶେଷ ହୋଇଥିବା ଚଳିତ ଆର୍ଥିକବର୍ଷର ପ୍ରଥମ ତୈ୍ରମାସରେ ଏୟାର ଇଣ୍ଡିଆର ପରିଚାଳନା କ୍ଷତି ୧୭୫ରୁ ୨୦୦ କୋଟି ଟଙ୍କା ହୋଇଛି । ପାକିସ୍ତାନ ଏହାର ଆକାଶମାର୍ଗ ବନ୍ଦ କରିଦେବା ଯୋଗୁ ବିଦେଶକୁ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଛି । ଫଳରେ ବିମାନଗୁଡ଼ିକୁ ଅଧିକ ପଥ ଦେଇ ଉଡ଼ାଣ କରିବାକୁ ପଡ଼ୁଛି । ଏହାର ପରିଚାଳନା ଖର୍ଚ୍ଚ ଅଧିକ ହେଉଛି । ପାକ୍ ଏହାର ଆକାଶମାର୍ଗ ବନ୍ଦ କରିବା ଯୋଗୁ କମ୍ପାନି ଦିନକୁ ୩ରୁ ୪ କୋଟି ଟଙ୍କା କ୍ଷତି ସହୁଛି । ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ପରେ କମ୍ପାନି ୪ ମାସରେ ୪୩୦ କୋଟି ଟଙ୍କା କ୍ଷତିର ସମ୍ମୁଖୀନ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons