‘ଏ ମାଟି ଓଡ଼ିଶା ସଙ୍ଗୀତ, ଏ ଜାତି ଓଡ଼ିଆ’ ସଙ୍ଗୀତ ଉନ୍ମୋଚିତ

Get real time updates directly on you device, subscribe now.

ଭୁବନେଶ୍ବର : ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଆଟ୍ଟ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଉପରେ ଆଧାରିତ ସଂଗୀତ । ଏହି ସଂଗୀତଟିକୁ ଉତ୍କଳ ଦିବସରେ ଉନ୍ମୋଚିତ କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏହି ଗୀତକୁ ଉନ୍ମୋଚନ କରିଛନ୍ତି । ଉନ୍ମୋଚନ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉପସ୍ଥିତ ରହିଥିଲେ । ଏହା ସହିତ ଭର୍ଚୁଆଲରେ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହି ସମବେତ ସଂଗୀତର ବିଶେଷତ୍ବ ହେଉଛି ଯେ, ଏଥିରେ ନିଜେ କଣ୍ଠଦାନ କରିଛନ୍ତି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ଏଥିରେ ବାର୍ତ୍ତା ରହିଛି । ଏହି ଗୀତରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ । ଏଥିରେ ଅନେକ ବିଶିଷ୍ଠ କଣ୍ଠଶିଳ୍ପୀ ମଧ୍ୟ କଣ୍ଠଦାନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons