ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶିକ୍ଷାନୁÂାନରେ ରାଗିଂ ଘଟଣାରେ ତଦନ୍ତ କରି ରିପୋର୍ଟ ଦେବାକୁ ୫ଟି ବିଭାଗକୁ ଓଡ଼ିଶା ମାନବାଧିକାର କମିଶନ ନିଦେ୍ର୍ଧଶ ଦେଇଛନ୍ତି । ଗୃହ ବିଭାଗ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ବୈଷୟିକ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ସଚିବଙ୍କୁ ରାଗିଂ ଘଟଣା ସମ୍ପର୍କରେ ଅକ୍ଟୋବର ୧୧ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଛି । ଗତକାଲି ସମ୍ବଲପୁରର ଏକ ଘରୋଇ କଲେଜ ଓ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରାଗିଂ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ରାଗିଂ ମୁକ୍ତ କ୍ୟାମ୍ପସ୍ ଅଭିଯାନ ପକ୍ଷରୁ ଓଏଚ୍ଆର୍ସିଙ୍କ ନିକଟରେ ଅଭିଯୋଗ କରାଯିବା ପରେ ଆୟୋଗ ଏଭଳି ନିଦେ୍ର୍ଧଶ ଦେଇଛନ୍ତି ।
ରାଗିଂ ମୁକ୍ତ କ୍ୟାମ୍ପସ୍ ଅଭିଯାନର ଆବାହକ ତେଜେଶ୍ୱର ପରିଡ଼ାଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଦଳ ରାଜ୍ୟ ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ୍ ବିମଳ ପ୍ରସାଦ ଦାସ ଓ ସଦସ୍ୟ ଜଷ୍ଟିସ୍ ରଘୁବୀର ଦାସଙ୍କ ଦୁଇଜଣିଆ ଖଣ୍ଡପୀଠ ନିକଟରେ ଏସଂକ୍ରାନ୍ତରେ ମାମଲା ଦାୟର କରିଥିଲେ । ଏହି ଘଟଣାଗୁଡ଼ିକୁ ଅତ୍ୟନ୍ତ ଗୁରୁତ୍ୱର ସହ ବିଚାର କରି ମାନବ ଅଧିକାର ଆୟୋଗ ଗୃହ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ୧୧ ଅକ୍ଟୋବର ସୁଦ୍ଧା ସବିଶେଷ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ରାଗିଂ ରୋକିବା ପାଇଁ କ’ଣ ସବୁ ନିୟମାବଳୀ ରହିଛି, ଏଗୁଡ଼ିକର ଠିକ୍ କାର୍ଯ୍ୟାନୁÂାନ ପାଇଁ ନିୟମିତ ତଦାରଖ ହେଉଛି ନା ନାହିଁ ବୋଲି ଦର୍ଶାଇବାକୁ କୁହାଯାଇଛି । ସେହିଭଳି ରାଗିଂର ଶିକାର ଛାତ୍ରଛାତ୍ରୀଙ୍କ ପାଇଁ ସୁପ୍ରିମ୍ କୋର୍ଟଙ୍କ ନିଦେ୍ର୍ଧଶ ମୁତାବକ କାର୍ଯ୍ୟକ୍ରମ, ଆଣ୍ଟି ରାଗିଂ ହେଲ୍ପ ଲାଇନ୍ ଖୋଲାଯାଇଛି କି ନାହିଁ ଆଦି ସମ୍ପର୍କରେ ରିପୋର୍ଟ ଦେବାକୁ କୁହାଯାଇଛି । ଏହା ସହ ସମସ୍ତ ଜିଲ୍ଲାର ପୁଲିସ୍ ମୁଖ୍ୟାଳୟରେ ହେଲ୍ପ ଲାଇନ୍ ଖୋଲିବା ସହ ହେଲ୍ପ ଲାଇନ୍ ନମ୍ବରକୁ ବ୍ୟାପକ ପ୍ରଚାର କରିବା ପାଇଁ ଆୟୋଗ ଗୃହ ବିଭାଗକୁ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ଏ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୧ ତାରିଖରେ ହେବ ବୋଲି ଧାର୍ଯ୍ୟ କରାଯାଇଛି । ଶ୍ରୀ ପରିଡ଼ାଙ୍କ ନେତୃତ୍ୱରେ ସହଆବାହକ ମିର୍ ଅହମଦ୍ ଅଲ୍ଲି, ସତ୍ୟବ୍ରତ ଜେନା, ସଂଘମିତ୍ରା ଜେନା, ଚିନ୍ମୟ ମହାପାତ୍ର, ବିଶ୍ୱଜିତ୍ ସାହୁ, ଅଜିତ୍ ରଞ୍ଜନ ବେହେରା, ତପନ କୁମାର କାଣ୍ଡି, ରତିକାନ୍ତ ମହାନ୍ତି ଓ ଗୁରୁଚରଣ ଜେନା ଆୟୋଗର ଦୁଇଜଣିଆ ଖଣ୍ଡପୀଠକୁ ଭେଟିଥିଲେ ।
ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଅମାନବୀୟ ରାଗିଂ ଘଟଣା ସାମ୍ନାକୁ ଆସିଥିଲା । ପରେ ପୁଣି ଥରେ ରାଜ୍ୟର ଦୁଇଟି ଶିକ୍ଷାନୁÂାନରେ ରାଗିଂର ଶିକାର ହୋଇଛନ୍ତି ଛାତ୍ରଛାତ୍ରୀ । କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଷ୍ଟ ହଷ୍ଟେଲ୍ରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଙ୍କୁ ବରିÂ ଛାତ୍ରମାନେ ମାଡ଼ ମାରିବା ଓ ନିର୍ଯାତନା ଦେବାର ଅଭିଯୋଗ ହୋଇଛି । ସେହିଭଳି ସମ୍ବଲପୁର ଶାସନସ୍ଥିତ ଏକ ଘରୋଇ ଯୁକ୍ତ ୨ ରେସିଡେନ୍ସିଆଲ୍ ପ୍ରଥମ ବର୍ଷ ଛାତ୍ରଙ୍କୁ ୪ ଜଣ ବରିÂ ଛାତ୍ର ରାଗି କରିଥିବା ଅଭିଯୋଗ ହୋଇଥିଲା ।


Comments are closed, but trackbacks and pingbacks are open.