ପୁରୀ,(ବି.ବି.ନୁ୍ୟଜ୍): ପୁରୀରୁ ଚିହ୍ନଟ ହୋଇଥିବା ନୂଆ ୧୮ କରେନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଓକିଲ ଓ ଜଣେ ମୋହରୀର ଅଛନ୍ତି । ସେମାନଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିବା ପରେ ଜୁଡିସିଆଲି କୋର୍ଟ, କଲେକ୍ଟୋରିଏଟ୍ , ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଡିଏସ୍ଆର୍ ଅଫିସରେ ତାଲା ପଡିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ହରିହର ଛକରୁ ଟାଉନ୍ ହଲ୍ ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । କରୋନା ଆକ୍ରାନ୍ତ ମୋହରୀରଙ୍କ ସ୍ତ୍ରୀ ଜୁଡିସିଆରି କୋର୍ଟରେ କାମ କରୁଥିବା ଜଣାଯାଇଛି । ତେଣୁ ଜୁଡିସିଆରି କୋର୍ଟରେ ତାଲା ପଡିଛି । ଗଡିଶାଗଦା ଅଞ୍ଚଳରୁ ଚିହ୍ନଟ ହୋଇଥିବା ଦୁଇ ଅପରାଧୀଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଥିବାରୁ କୋର୍ଟ ଅଞ୍ଚଳକୁ କଣ୍ଟେନମେଣ୍ଟନ ଜୋନ୍ ଭାବେ ଘୋଷଣା କରାଯାଇଛି । ଆଗାମୀ ନିଦେ୍ର୍ଧଶ ଆସିବା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ କଟକଣା ବଳବତ୍ତର ରହିବ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.