ଓଡଗାଁ ଗୁଆନ୍ଦ ନାଳରେ ଭାସିଯାଇ ଜଣଙ୍କ ମୃତ୍ୟୁ

Get real time updates directly on you device, subscribe now.

ନୟାଗଡ: ନୟାଗଡ ଜିଲ୍ଲା ଓଡଗାଁ ଥାନା ଗୁଆନ୍ଦ ନାଳରେ ଭାସିଯାଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହେଲେ ଗୁଆନ୍ଦ ଗାଁର ଗଣେଶ ନାୟକ । ଗତ ଦୁଇଦିନ ଧରି ନୟାଗଡ ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ଗୁଆନ୍ଦ ନାଳରେ ଜୋରରେ ପାଣି ଆସିଥିଲା । ଆଜି ଗଣେଶ ନାଳକୁ ଶୌଚ ହେବାକୁ ଯାଉଥିବାବେଳେ ଗୋଡ ଖସିଯିବାରୁ ପାଣିରେ ଭାସି ଯାଇଥିଲେ ।
ଘଟଣାସ୍ଥଳରେ ଥିବା ଗ୍ରାମବାସୀ ଗଣେଶଙ୍କୁ ଉଦ୍ଧାର କରି ଓଡଗାଁ ମେଡିକାଲ୍ କୁ ନେଇଥିଲେ । ସେଠାରେ ଡାକ୍ତର ଗଣେଶଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ୍ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons