ଓଡ଼ିଆ ଯୁବ ବ୍ୟବସାୟୀଙ୍କୁ ଉଦ୍ୟମୀ କରାଅ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଶ୍ୱ ଏମ୍ଏସ୍ଏମ୍ଇ ଦିବସରେ ନୂଆଦିଲ୍ଲୀର ଓଡ଼ିଆ ସମାଜ ପକ୍ଷରୁ ଶନିବାର “ଓଡ଼ିଶାରେ ଏମ୍ଏସ୍ଏମ୍ଇ ନିମନ୍ତେ ଆର୍ଥିକ ପ୍ୟାକେଜ୍ ଏବଂ ସୁଯୋଗ’ ଶୀର୍ଷକ ଏକ ୱେବନାର ଅନୁÂିତ ହୋଇଛି । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସାମିଲ ହୋଇ ଓଡ଼ିଆ ଯୁବ ବ୍ୟବସାୟୀଙ୍କୁ ଉଦ୍ୟମୀ ବନାଇବା ପାଇଁ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ଆହ୍ୱାନ ଦେଇଛନ୍ତି ।
ଏହି ଅବସରରେ ସେ କହିଲେ, ଓଡ଼ିଶାରେ ଏମ୍ଏସ୍ଏମ୍ଇ ସମେତ ଅନ୍ୟ ଆନୁଷଙ୍ଗିକ କ୍ଷେତ୍ରର ବିକାଶ କରିବା ପାଇଁ ଅର୍ଥ, ଦକ୍ଷତା, କଞ୍ଚାମାଲ, ପରିଶ୍ରମୀ ମାନବ ସମ୍ବଳ, ନିଜସ୍ୱ ବଜାର ଭଳି କୌଣସି ଜିନିଷର ଅଭାବ ନାହିଁ । ଭାରତ ସରକାର ଓ ରାଜ୍ୟ ସରକାର ମିଳିତ ଭାବରେ ଏମଏସଏମଇ ପାଇଁ ବଡ଼ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ଓଡ଼ିଶାର ଭିତ୍ତିଭୂମି ଓ ଭୌଗୋଳିକ ସ୍ଥିତି ଦେଶର ଅନ୍ୟ ଅଞ୍ଚଳ ତୁଳନାରେ ଅପୂର୍ବ ସମ୍ଭାବନାର କ୍ଷମତା ରଖୁଛି । ବିଶ୍ୱ ବାଣିଜ୍ୟ ସହ ନିଜକୁ ଯୋଡ଼ିବାରେ ଓଡ଼ିଶାରେ ପର୍ଯ୍ୟାପ୍ତ ଭିତ୍ତିଭୂମି ଅଛି । ସେ ଆହୁରି ମଧ୍ୟ କହିଲେ ଯେ, ବର୍ତ୍ତମାନ ପରିସ୍ଥିତିରେ ଓଡ଼ିଆଙ୍କ ଅଧିକ ଭୂମିକା ରହିବା ଦରକାର । ଓଡ଼ିଶାରେ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ସୁଯୋଗ ତିଆରି କରିବାକୁ ବିଧିବଦ୍ଧ ଯୋଜନା କରାଯାଉ । ଓଡ଼ିଶା ଭଳି ରାଜ୍ୟରେ ବ୍ୟାଙ୍କର୍ସ ଏବଂ ଉଦ୍ୟୋଗୀଙ୍କ ମଧ୍ୟରେ ଇକୋସିଷ୍ଟମ ତିଆରି ହେଉ । ରିଜର୍ଭ ବ୍ୟାଙ୍କ୍, ସେୟାର ମାର୍କେଟ, ବ୍ୟାଙ୍କିଙ୍ଗ୍, ଆକାଉଣ୍ଟିଂ ଓ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଓଡ଼ିଆ ଲୋକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ କାମ କରୁଛନ୍ତି । ତାମିଲନାଡୁ ବିଶ୍ୱ ଆକାଉଣ୍ଟିଂର ବ୍ୟାକ୍ ଅଫିସ ବନେଇବା ଭଳି ଭୁବନେଶ୍ୱରରେ ମଧ୍ୟ ଏଭଳି ପ୍ରତିÂାନ କରାଯାଇପାରିବ ବୋଲି ସେ କହିଛନ୍ତି ।
ୱେବନାରରେ ସାମିଲ ପ୍ରବକ୍ତାଙ୍କୁ ଏହି କାର୍ଯ୍ୟକ୍ରମରେ ରାଜ୍ୟ, ଦେଶ ଓ ଦେଶ ବାହାରୁ ଆସିଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ଶ୍ରୀ ପ୍ରଧାନ ନିବେଦନ କରିଥିଲେ । ଭାରତ ସରକାରଙ୍କ ଅର୍ଥ ବିଭାଗ ସଚିବ ଦେବାଶିଷ ପଣ୍ଡା ଆର୍ଥିକ ପ୍ୟାକେଜରେ ଏମ୍ଏସ୍ଏମ୍ଇକୁ ଗୁରୁତ୍ୱ ଦିଆଯାଇଥିବରୁ ଏହା ନୂଆ ଉଦ୍ୟୋଗୀଙ୍କୁ ସୁଯୋଗ ଦେବା ସହ ଆତ୍ମନିର୍ଭର ଭାରତ ଗଠନରେ ସହାୟକ ହେବ ବୋଲି କହିଥିଲେ । ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଅରୁଣ ପଣ୍ଡା କହିଲେ, ଏ ଦିଗରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ମଧ୍ୟ ରେପୋ ରେଟ୍କୁ ହ୍ରାସ କରିଛି । ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଏମ୍ଏସ୍ଏମ୍ଇ ନିମନ୍ତେ ରାଜ୍ୟରେ ଥିବା ୬ଟି କ୍ଷେତ୍ରକୁ ଗୁରୁତ୍ୱ ଦେଇଥିଲେ । ପାରାଦୀପ ପ୍ଲାଷ୍ଟିକ ପାର୍କ, ଭଦ୍ରକ ଟେrଟାଇଲ ପାର୍କ ତଥା ଶିଳ୍ପ ଉଦ୍ୟୋଗୀଙ୍କୁ ଏହା ପ୍ରୋତ୍ସାହନ ଦେବ ବୋଲି କହିଥିଲେ । ଓଡ଼ିଶା ସରକାରଙ୍କ ଇଡ୍କୋ ଏମ୍ଏସ୍ଏମ୍ଇ ବିଭାଗ ଅଧ୍ୟକ୍ଷ ସଞ୍ଜୟ ସିଂହ ଓ ଅଶୋକ କେ. ପ୍ରଧାନ ଓଡ଼ିଶାରେ ଏମ୍ଏସ୍ଏମ୍ଇକୁ ବିକଶିତ କରିବା ଦିଗରେ ନିଜ ମତ ଦେଇଥିଲେ । ଏହି ୱେବନାରରେ ରାଜ୍ୟ ତଥା ଦେଶ ଓ ଦେଶ ବାହାରୁ ୧ ହଜାରରୁ ଅଧିକ ଓଡ଼ିଆ ବ୍ୟବସାୟୀ ସାମିଲ ହୋଇଥିଲେ । ଓଡ଼ିଆ ସମାଜ ଅଧ୍ୟକ୍ଷ ସିଦ୍ଧାର୍ଥ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons