ଭୁବନେଶ୍ୱର,(ବି.ବି.ବୁ୍ୟରୋ): ‘କରୋନା ଭାଇରସ୍’ ଚୀନ୍ରେ ଭୟଙ୍କର ରୂପ ଧାରଣ କରିଛି । ୪୧ ଜଣଙ୍କ ମୁଣ୍ଡ ନେଇ ସାରିଲାଣି ଏହି ଘାତକ ଭୂତାଣୁ । ଭୂତାଣୁ ସଂକ୍ରମଣରେ ଏବେ ୧୪୦୦ରୁ ଅଧିକ ଆକ୍ରାନ୍ତ । ପୂରା ଦକ୍ଷିଣ ଏସିଆ ଏବେ ‘କରୋନା ଭାଇରସ୍’କବଳରେ । ଚୀନ୍ ଭାରତର ପଡୋଶୀ ଦେଶ ହୋଇଥିବାରୁ ଏହା ଭାରତକୁ ମଧ୍ୟ ବ୍ୟାପିବାର ଆଶଙ୍କା ଦେଖାଦେଇଛି । ତେଣୁ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ସତର୍କତା ଜାରି କରିଥିଲାବେଳେ ଆଜି ସତର୍କତା ପରାମର୍ଶ ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।
ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଆଗୁଆ ସତର୍କତା ପରାମର୍ଶରେ ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନ ବନ୍ଦରରେ ଯାତ୍ରୀଙ୍କ ଯାଞ୍ଚ ଆରମ୍ଭ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ରୋଗୀଙ୍କ ଚିକିତ୍ସା ଲାଗି ୪ ହସ୍ପିଟାଲକୁ ନୋଡାଲ୍ ସେଣ୍ଟର ଭାବେ ଚିହ୍ନଟ କରିବା ସହ ସ୍ୱତନ୍ତ୍ର ଡାକ୍ତର ଟିମ୍ ଗଠନ କରିଛନ୍ତି ସରକାର । ଥରେ ଏଠାକୁ ଭୂତାଣୁ ଆସିଲେ, ଏହା ଗୋÂୀସ୍ତରରେ ବ୍ୟାପିବାର ଆଶଙ୍କା ରହିଛି । ତେଣୁ ସଂକ୍ରମଣ ଜଣାପଡ଼ିଲେ ସନ୍ଦିଗ୍ଧ ରୋଗୀଙ୍କୁ ଆଣି ଆଇସୋଲେସନ୍ ୱାର୍ଡରେ ରଖି କ୍ୱାରେଣ୍ଟାଇନ୍ କରାଯିବ ।
ବିମାନ ବନ୍ଦରରେ ସ୍କ୍ରିନିଂ କ୍ୟାମ୍ପ ଜରିଆରେ ଯାତ୍ରୀଙ୍କ ଯାଞ୍ଚ କରାଯିବ । ଚୀନ୍, ଜାପାନ୍ ଓ ଥାଇଲାଣ୍ଡରୁ ଆସୁଥିବା ଯାତ୍ରୀଙ୍କୁ ସ୍ୱତନ୍ତ୍ର ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ଯଦି କୌଣସି ଯାତ୍ରୀ ଅସୁସ୍ଥ ଅନୁଭବ କରନ୍ତି, ତେବେ ଯାତ୍ରୀଙ୍କୁ ବିମାନବନ୍ଦରରେ ଯାଞ୍ଚ କରାଯିବା ସହ ସଂପୃକ୍ତ ଜିଲ୍ଲାର ସିଡିଏମ୍ଓଙ୍କୁ ଖବର ଦିଆଯିବ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ରୋଗୀ ଚିହ୍ନଟ ହେଲେ, କ୍ୟାପିଟାଲ ହସ୍ପିଟାଲ ନିଦେ୍ର୍ଧଶକଙ୍କୁ ଜଣାଇବାକୁ କୁହାଯାଇଛି । ସେହିଭଳି ଝାରସୁଗୁଡ଼ା ବିମାନ ବନ୍ଦରରେ ରୋଗୀ ଚିହ୍ନଟ ହେଲେ, ଝାରସୁଗୁଡ଼ା ସିଡିଏମ୍ଓଙ୍କୁ ଅବଗତ କରାଯିବାକୁ କୁହାଯାଇଛି ।
ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । କଟକ ଏସ୍ସିବି, ବୁର୍ଲା ଭିମ୍ସାର, ବ୍ରହ୍ମପୁର ଏମ୍କେସିଜି ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ନୋଡାଲ ସେଣ୍ଟର ଭାବେ ଚିହ୍ନଟ କରାଯାଇଛି । ଏ ସବୁ ହସ୍ପିଟାଲରେ ସ୍ୱତନ୍ତ୍ର ଭାବେ ଆଇସୋଲେସନ୍ ୱାର୍ଡ ଖୋଲିଛି । ଆଇସିୟୁ ବେଡ୍ ମଧ୍ୟ ସଂରକ୍ଷିତ ରଖିବାକୁ କୁହାଯାଇଛି । ଏହାବାଦ୍ ନୂଆ କରି ଖୋଲିଥିବା ବାରିପଦା, ବାଲେଶ୍ୱର, ବଲାଙ୍ଗୀର, କୋରାପୁଟ୍ ମେଡିକାଲ କଲେଜକୁ ମଧ୍ୟ ପ୍ରସ୍ତୁତ ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି । ୪ ଜାଗାରେ କଣ୍ଟେ୍ରାଲ ରୁମ୍ ଜରିଆରେ ୨୪ ଘଣ୍ଟା ନଜର ରଖାଯିବ । ରାଜ୍ୟସ୍ତରରେ ମଧ୍ୟ ଏକ କଣ୍ଟେ୍ରାଲ ରୁମ୍ ଖୋଲି ଚିକିତ୍ସା ବ୍ୟବସ୍ଥା ଉପରେ ନଜର ରଖାଯିବ ।
‘କରୋନା’ ଭାଇରସ୍ରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ପଲମୋନାରୀ ବା ଫୁସଫୁସ ବିଶେଷଜ୍ଞଙ୍କ ନେତୃତ୍ୱରେ ଏକ ଡାକ୍ତର ଦଳ ଗଠନ କରାଯିବ । ଟିମ୍ରେ ନିଶ୍ଚେତକ, ଇଏନ୍ଟି, ମାଇକ୍ରୋବାୟୋଲୋଜି, ପାଥୋଲୋଜି, ମେଡିସିନ୍ ବିଶେଷଜ୍ଞ ରହିବେ । ଆବଶ୍ୟକ ହେଲେ ଅନ୍ୟ ବିଭାଗ ଡାକ୍ତରଙ୍କୁ ମଧ୍ୟ ସିଡିଏମ୍ଓ କିମ୍ବା କ୍ୟାପିଟାଲ ହସ୍ପିଟାଲ ନିଦେ୍ର୍ଧଶକ ସାମିଲ କରିପାରିବେ । ‘କରୋନା’ ପାଇଁ ଆଣ୍ଟିବାୟୋଟିକ୍ ଉଦ୍ଭାବନ ହୋଇନି । ତେବେ ଜେନେରାଲ୍ ନିମୋନିଆ ଚିକିତ୍ସା ପାଇଁ ଆବଶ୍ୟକ ଔଷ ଷ୍ଟକ୍ ରଖିବାକୁ କୁହାଯାଇଛି । ଏଥିପାଇଁ ଔଷଧର ତାଲିକା ମେଡିକାଲ କର୍ପୋରେସନ୍ (ଓଏସ୍ଏମସିଏଲ୍)କୁ ଦେବାକୁ କୁହାଯାଇଛି । ଜରୁରି ପରିସ୍ଥିତିରେ ବାହାରୁ ମଧ୍ୟ ଔଷଧ କିଣି ରଖିବାକୁ ନିଦେ୍ର୍ଧଶ ଦେଇଛି ବିଭାଗ ।
ଭୂତାଣୁ ଚିହ୍ନଟ ଲାଗି ପରୀକ୍ଷା ସୁବିଧା ଓଡ଼ିଶାରେ ରହିଛି । ଆକ୍ରାନ୍ତଙ୍କ ଠାରେ ଦେଖାଯାଉଥିବା ତିନୋଟି ଭୂତାଣୁର ଚିହ୍ନଟ ଆର୍ଏମ୍ଆରସି (ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର)ରେ ହୋଇପାରିବ । ଏହାବାଦ୍ ଆବଶ୍ୟକ ପଡିଲେ, ନ୍ୟାସନାଲ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଭାଇରୋଲୋଜିକୁ ନମୁନା ପଠାଯିବ । ସବୁଦିନର ରିପୋର୍ଟ ହସ୍ପିଟାଲ କର୍ତ୍ତୃପକ୍ଷ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକଙ୍କୁ ପଠାଇବେ । ପାରାଦୀପ ପୋର୍ଟ ଟ୍ରଷ୍ଟ ହସ୍ପିଟାଲ ଓ ରେଲୱେ ହସ୍ପିଟାଲ ସନ୍ଦିଗ୍ଧଙ୍କ ଚିକିତ୍ସା ଲାଗି ସବୁ ବ୍ୟବସ୍ଥା କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରେଲୱେ ଓ ପାରାଦୀପ ପୋର୍ଟ ଟ୍ରଷ୍ଟକୁ କୁହାଯାଇଛି ।
ଏ ନେଇ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡାକ୍ତର ଅଜିତ୍ ମହାନ୍ତି କହିଛନ୍ତି, ଭାରତରେ ଏ ଯାଏ ଜଣେ ବି ହେଲେ ‘କରୋନା’ ଭାଇରସ୍ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ତଥାପି ଆଗୁଆ ପଦକ୍ଷେପ ନେଇ ବିଭାଗ ପକ୍ଷରୁ ଆଜି ସତର୍କତା ପରାମର୍ଶ ଜାରି ହୋଇଛି ।
Comments are closed, but trackbacks and pingbacks are open.