ଓଡ଼ିଶାରେ ୩ ସନ୍ଦିଗ୍ଧ କରୋନା ରୋଗୀ

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): କରୋନା ସନ୍ଦିଗ୍ଧ ଦମ୍ପତି ଭର୍ତ୍ତି ହେବା ପରେ କରୋନା ଚିକିତ୍ସା ଓ ମୁକାବିଲା ନେଇ ଏସ୍ସିବିରେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଛି । ଇତିମଧ୍ୟରେ ଦୁଇ ସନ୍ଦିଗ୍ଧ ରୋଗୀଙ୍କ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ମେଡିକାଲ୍ ଗବେଷଣା କେନ୍ଦ୍ର (ଆର୍ଏମ୍ଆର୍ସି)କୁ ପଠାଯାଇଛି । ପରେ ଆରଏମଆରସିରୁ ଏହି ନମୁନା ପରୀକ୍ଷା ନିମନ୍ତେ କଲିକତା ପଠାଯିବ । ଗୁରୁବାର ସୁଦ୍ଧା ପରୀକ୍ଷା ରିପୋର୍ଟ ଆସିବ ବୋଲି ଏସସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ଅନ୍ନଦା ପ;ନାୟକ ସୂଚନା ଦେଇଛନ୍ତି । ତେବେ ଦୁଇ ରୋଗୀଙ୍କ ଅବସ୍ଥା ଏବେ ସ୍ଥିର ଥିବା ମେଡିକାଲ୍ ସୂତ୍ରରୁ କୁହାଯାଉଛି । ଅନ୍ୟପକ୍ଷରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଏସ୍ସିବିରେ ଆଉ ଏକ ସ୍ୱତନ୍ତ୍ର ୱାର୍ଡ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ କରୋନା ସନ୍ଦିଗ୍ଧଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି । ଲକ୍ଷଣ ଜଣାପଡ଼ିବା ପରେ ତୁରନ୍ତ ତାଙ୍କୁ ଗତ ୩ ତାରିଖରେ ବୁର୍ଲା ଭିମ୍ସାରରେ ଭର୍ତ୍ତି କରାଯାଇଛି । ବୁର୍ଲାରୁ ରକ୍ତ ଓ ସ୍ୱାବ ନମୁନା ଯାଞ୍ଚ ପାଇଁ ଭୁବନେଶ୍ୱର ପଠାଯାଇଛି । ସନ୍ଦିଗ୍ଧ ଯୁବକ ଜଣକ ହେଲେ ଜିଲ୍ଲାର ବିନିକା ଅଞ୍ଚଳର ଏବଂ କିଛିଦିନ ତଳେ ସେ ଦୁବାଇରୁ ଫେରିଥିଲେ ।
ପ୍ରକାଶ ଯେ ସୁବର୍ଣ୍ଣପୁରର ଏହି ଯୁବକ ଜଣକ ଗତ ଫେବ୍ରୁଆରୀ ୨୩ ତାରିଖରେ ଏକ ବୈଠକରେ ଯୋଗଦେବା ପାଇଁ ଦୁବାଇ ଯାଇଥିଲେ । ୨୮ତାରିଖରେ ଫେରିବା ପରେ ଜ୍ୱର ଓ କାଶରେ ପୀଡ଼ିତ ହୋଇଥିଲେ । ଗତ ୧ ତାରିଖ ରାତିରେ ଅସୁସ୍ଥତା ଅନୁଭବ କରି ୨ ତାରିଖ ଦିନ ସ୍ଥାନୀୟ ଜଣେ କ୍ୱାକ୍ ନିକଟରେ ଚିକିତ୍ସା କରାଇଥିଲେ । ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ହେବାରୁ ୩ ତାରିଖ ଡୁଙ୍ଗୁରିପାଲି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସେ କରୋନା ଭୂତାଣୁ ସଂକ୍ରମଣର ଶିକାର ହୋଇଥିବା ପ୍ରାଥମିକ ଚିକିତ୍ସା ପରେ ଡାକ୍ତରମାନେ ସନେ୍ଦହ ପ୍ରକାଶ କରିଥିଲେ । ଗତକାଲି ରାତିରେ ତାଙ୍କୁ ବୁର୍ଲା ଭିମ୍ସାରକୁ ବିଭିନ୍ନ ପରୀକ୍ଷା ପାଇଁ ପଠାଇ ଦେଇଥିଲେ । ତାଙ୍କର ରକ୍ତ ଓ ସ୍ୱାବ ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି । ରିପୋର୍ଟ ଆସିବା ପରେ ସେ କରୋନା ସଂକ୍ରମିତ ନା ନାହିଁ ତାହା ଜଣାପଡ଼ିବ । ତେବେ ବୁର୍ଲା ଡାକ୍ତରଖାନା ପଲ୍ମୁ୍ୟନାରି ୱାର୍ଡରେ ବ୍ୟବସ୍ଥା କରାଯାଇଥିବା ସ୍ୱତନ୍ତ୍ର ୱାର୍ଡରେ ଯୁବକଙ୍କୁ ଭର୍ତ୍ତି କରାଯାଇଛି । ପଲ୍ମୁ୍ୟନାରି ବିଭାଗ ମୁଖ୍ୟ ଡାକ୍ତର ସୁଦର୍ଶନ ପୋଥାଲଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା ଚଳାଇଛନ୍ତି ।
ସମ୍ଭାବ୍ୟ କରୋନା ସ୍ଥିତିର ମୁକାବିଲା ପାଇଁ ଆଜି ସନ୍ଧ୍ୟାରେ କଟକ ଏସ୍ସବି ପଲ୍ମୁ୍ୟନାରୀ ମେଡିସିନ ବିଭାଗରେ ଏକ ବୈଠକ ଅନୁÂିିତ ହୋଇଥିଲା । ବୈଠକରେ ଅଧୀକ୍ଷକ ପ୍ରଫେସର ପ;ନାୟକ, ପଲ୍ମୁ୍ୟନାରୀ ମେଡିସିନ ବିଭାଗର ମୁଖ୍ୟ ପ୍ରଫେସର ମନୋରଞ୍ଜନ ପ;ନାୟକ, ଏସସିବି ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା ଓ ଜରୁରିକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା ପ୍ରମୁଖ ସାମିଲ ହୋଇ ଏସ୍ସବିରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଅନୁଧ୍ୟାନ କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ ମେଡିକାଲ ପକ୍ଷରୁ ଚକ୍ଷୁରୋଗ ବିଭାଗର ୫ମ ମହଲାରେ କରୋନା ବା ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ ଖୋଲାଯାଇଛି । ୧୨ଟି ଆଇସିୟୁ ବେଡ୍କୁ ମିଶାଇ ମୋଟ ୭୧ଟି ବେଡ୍ ରହିଛି ।
ଅପରପକ୍ଷରେ ଏସ୍ସିବିରେ ଚିକିତ୍ସିତ ହେଉଥିବା ଦୁଇ ସନ୍ଦିଗ୍ଧଙ୍କ ରିପୋର୍ଟ ଉପରେ ଅନେକ କିଛି ନିର୍ଭର କରୁଛି । ଯଦି ଏହି ଦୁଇଜଣଙ୍କ ପରୀକ୍ଷା ରିପୋର୍ଟରେ କରୋନା ପଜିଟିଭ ଚିହ୍ନଟ ହୁଏ ତେବେ ଏହି ଦୁଇଜଣ କାହା ସହିତ ମିଶିଥିଲେ ସେମାନଙ୍କୁ ଖୋଜାଯିବ । ସେମାନଙ୍କୁ ମଧ୍ୟ ଡାକ୍ତରୀ ନିରୀକ୍ଷଣ ମଧ୍ୟରେ ରଖାଯିବ । ତେଣୁ ଏଥିପାଇଁ ପଲ୍ମୁ୍ୟନାରୀ ମେଡିସିନ ବିଭାଗର ନୂଆ କୋଠାରେ ୬୦ ବେଡ୍ ବିଶିଷ୍ଟ ଆଉ ଏକ ୱାର୍ଡ ଖୋଲାଯିବାକୁ ମେଡିକାଲ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି । ଜରୁରୀକାଳୀନ ଅଧିକାରୀ ଡା. ମହାରଣାଙ୍କ କହିବାନୁଯାୟୀ, ରାଜ୍ୟରେ ଯଦି ରୋଗୀ ବଢନ୍ତି ତେବେ ଭୁବନେଶ୍ୱରସ୍ଥିତ ଆରଏମଆରସିରେ ନମୁନା ପରୀକ୍ଷା ବ୍ୟବସ୍ଥା କରିବାକୁ ସରକାର ଯୋଜନା କରୁଛନ୍ତି । ଏପରିକି ଆବଶ୍ୟକ ସ୍ଥଳରେ ଏହି ପରୀକ୍ଷା ଏସସିବି ମେଡିକାଲରେ ମଧ୍ୟ କରାଯାଇପାରେ ବୋଲି ଡା. ମହାରଣା କହିଛନ୍ତି । କରୋନାକୁ ନେଇ କୋ÷ଣସି ପ୍ରକାର ଭୟଭୀତ ହେବାର ନାହିଁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons