ଓଡ଼ିଶାର ଦକ୍ଷତା ଆନ୍ତର୍ଜାତିକ ବ୍ରାଣ୍ଡ ପାଲଟିଛି: ନବୀନ

Get real time updates directly on you device, subscribe now.

ସମ୍ବଲପୁର,(ବି.ବି.ନୁ୍ୟଜ): ଆଇଆଇଏମ ସମ୍ୱଲପୁର ସ୍ଥାୟୀ କ୍ୟାମ୍ପସ୍ ଶିଳାନ୍ୟାସ ଭର୍ଚୁଆଲ ଉତ୍ସବରେ ଭୁବନେଶ୍ୱରରୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଚୀନ କାଳରୁ ଶିକ୍ଷାର ପରମ୍ପରା ରହି ଆସିଥିବା ଓଡ଼ିଶା ପୂର୍ବ ଭାରତର ଏଜୁକେସନ ହବ୍ରେ ପରିଣତ ହୋଇଛି ବୋଲି କହିଛନ୍ତି । ଆଇଆଇଏମ ସମ୍ୱଲପୁର ପାଇଁ ଓଡ଼ିଶା ସରକାରଙ୍କ ସମସ୍ତ ପ୍ରକାର ସହଯୋଗ ରହିବ ବୋଲି ପ୍ରକାଶ କରିବା ସହ ଆଇଆଇଏମ୍ ସମେତ ଆଇଆଇଟି, ନାଇଜର୍, ଆଇଜର୍, ଏମ୍ସ, ଏନ୍ଏଲ୍ୟୁ ଆଦି ଜାତୀୟ ସ୍ତରୀୟ ଅନୁÂାନ ପ୍ରତିÂା ହୋଇସାରିଥିବାରୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆଭାର ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀଙ୍କ ସମର୍ଥନରେ ଓଡ଼ିଶାକୁ ଆହୁରି କେନ୍ଦ୍ରୀୟ ଉଚ୍ଚ ଶିକ୍ଷାନୁÂାନ ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ସେହିପରି ରାଜ୍ୟର ଯୁବଶକ୍ତିକୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ଦକ୍ଷ କରି ୪.ଠ ବଜାର ଆବଶ୍ୟକତା ପୂରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଆଇଆଇଏମ୍ ସମ୍ବଲପୁର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ସହ ଏମ୍ଓୟୁ ସ୍ୱାକ୍ଷର କରିଥିବାରୁ ଏହି ଅନୁÂାନ ବିଶେଷ ଭାବେ ରାଜ୍ୟର ବୁଣାକାର ଏବଂ କୃଷି ଭିତ୍ତିକ ବ୍ୟବସାୟ ସମ୍ପର୍କିତ ଦକ୍ଷତା ବିକାଶ କେନ୍ଦ୍ର ଭାବେ କାର୍ଯ୍ୟ କରିବାକୁ ଯାଉଥିବା ଖୁସିର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି । ଓଡ଼ିଶାକୁ ଏକ ପ୍ରମୁଖ, ଉନ୍ନତ ଏବଂ ପସନ୍ଦଯୋଗ୍ୟ ଏଜୁକେଶନ ହବ କରିବାକୁ ରାଜ୍ୟ ସରକାର ଯତ୍ନଶୀଳ ବୋଲି ଶ୍ରୀ ପଟ୍ଟନାୟକ କହିିଛନ୍ତି । ସେହିପରି ମାତ୍ର ୫ ବର୍ଷ ମଧ୍ୟରେ ଆଇଆଇଏମ୍ ସମ୍ବଲପୁର ଦେଶର ଶିକ୍ଷାନୁÂାନ ଅନୁକ୍ରମରେ ଏହାର ସ୍ୱତନ୍ତ୍ରତା ପ୍ରତିପାଦିତ କରଛି । ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଏକ ଦ୍ରୁତ ରୂପାନ୍ତରଣ ଦେଖିବାକୁ ମିଳିଛି । ଆଉ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଏଥିରେ ମଧ୍ୟ ନିଜ ଦବ୍ଦବା ବଜାୟ ରଖିଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଛନ୍ତି । ଏଥିପାଇଁ ଆବଶ୍ୟକ ବିଧିବ୍ୟବସ୍ଥା ଓ ଆନୁସଙ୍ଗିକ ସହଯୋଗ ପାଇଁ ରାଜ୍ୟ ସରକାରଙ୍କ ଅଙ୍ଗିକାରବଦ୍ଧତା ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ।
ଆଇଆଇଏମ୍ ସମ୍ବଲପୁରକୁ ଏକ ପ୍ରମୁଖ ଶିକ୍ଷାନୁÂାନ ଭାବେ ଗଢ଼ି ତୋଳିବାକୁ ପ୍ରତିବଦ୍ଧତା ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁÂାନର ଅଧ୍ୟକ୍ଷଙ୍କ ସମେତ ନିଦେ୍ର୍ଧଶକ, ଅଧ୍ୟାପକ/ଅଧ୍ୟାପିକା, ଅଧିକାରୀ, କର୍ମଚାରୀଙ୍କୁ ସାଧୁବାଦ ଅର୍ପଣ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons