ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତାକାଲି (ଶୁକ୍ରବାର) ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିପାରନ୍ତି । ଏପରିକି ରାଜ୍ୟ ସରକାରଙ୍କ ସହ ବୈଠକ କରିବାର ସମ୍ଭାବନା ରହିଛି । ସେଥିପାଇଁ ଏୟାରପୋର୍ଟରେ ସୁରକ୍ଷା ତଦାରଖ କଲେ ବରିÂ ପୋଲିସ ଅଧିକାରୀ । ସୁରକ୍ଷା ସ୍ଥିତି ତଦାରଖ କରୁଛନ୍ତି ଗୁଇନ୍ଦା ନିଦେ୍ର୍ଧଶକ ସତ୍ୟଜିତ ମହାନ୍ତି, ସିପି ସୁଧାଂଶୁ ଷଡଙ୍ଗୀ ଓ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ତେବେ ଗସ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କିନ୍ତୁ କିଛି ସୂଚନା ମିଳିନି । ବାତ୍ୟା ଅମ୍ଫାନ୍ ଓଡ଼ିଶା ଓ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଛି । ଓଡ଼ିଶାର ବିଶେଷ କରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ସ ବାଲେଶ୍ୱର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ମାଟି ଘର ଭାଙ୍ଗିଥିବା ବେଳେ ଚାଳଛପର ଉଡାଇ ନେଇଛି । ଏହାଛଡ଼ା ରାସ୍ତାରେ ବଡ଼ ବଡ଼ ଗଛ ଉପୁଡି ପଡିଛି । ଏହି ଜିଲ୍ଲାରେ ବିଦୁ୍ୟତ୍ ସରବରାହ ଏକ ପ୍ରକାର ଠପ୍ ହୋଇଯାଇଛି । ବାତ୍ୟା ଅମ୍ଫାନ୍ ଓଡ଼ିଶା ଅତିକ୍ରମ କରି ପଶ୍ଚିମବଙ୍ଗରେ ତାଣ୍ଡବ ଖେଳାଇଛି । ସେଠାରେ ବ୍ୟାପକ କ୍ଷତି କରିଛି । ୭୨ ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଏଭଳି ଭୟାନକ ତାଣ୍ଡବ ପୂର୍ବରୁ କେବେ ଦେଖିନଥିଲେ ବୋଲି କହିଛନ୍ତି ପଶ୍ଚିମବଙ୍କ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ବାତ୍ୟାରେ ହଜାର ହଜାର ଘର ଭାଙ୍ଗିଯାଇଥିବା ବେଳେ ରାଜ୍ୟ ସରକାର ୬ ଲକ୍ଷ ଲୋକଙ୍କୁ ବାତ୍ୟା ପୂର୍ବରୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ବୋଲି ସେ କହିଛନ୍ତି । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିତି ଦେଖିବା ଦରକାର ବୋଲି ସେ କହିଛନ୍ତି ।
Comments are closed, but trackbacks and pingbacks are open.