ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତ ସରକାର କୃଷି କ୍ଷେତ୍ରରେ ଅନେକ ସଂସ୍କାର ଆଣିଛନ୍ତି । ଏଥିପାଇଁ କୃଷି କ୍ଷେତ୍ରରେ ଓଡ଼ିଶାରେ ଅନେକ ସମ୍ଭାବନା ସୃଷ୍ଟି ହୋଇଛି । ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ ବିଦେଶରେ ରହୁଥିବା ଓଡ଼ିଆମାନେ ନିଜ ବୌଦ୍ଧିକ କ୍ଷମତାର ଉପଯୋଗ କରି ଓଡ଼ିଶାର କୃଷି ଉପôାଦିତ ଦ୍ରବ୍ୟକୁ ବିଶ୍ୱ ଦରବାରରେ ପରିଚିତ କରିବାର ଦାୟିତ୍ୱ ନିଅନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଶନିବାର ୟୁରୋପ ମହାଦେଶର ୧୦ଟି ଦେଶରେ ରହୁଥିବା ଓଡ଼ିଆଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂରେ ଆଲୋଚନା ବେଳେ ସେମାନଙ୍କୁ ଏପରି ଆହ୍ୱାନ ଦେବା ସହ ନୂଆ ନୂଆ କଳ୍ପନା, ଟେକ୍ନୋଲୋଜି ମାଧ୍ୟମରେ କୃଷି ସମେତ ବ୍ୟବସାୟ ତଥା ଉଦ୍ୟୋଗକୁ ମଧ୍ୟ ସମୃଦ୍ଧ କରିବାକୁ କହିଛନ୍ତି । ଏକବିଂଶ ଶତାବ୍ଦୀରେ ଭାରତ ତଥା ଓଡ଼ିଶାକୁ ବିଶ୍ୱର ବୌଦ୍ଧିକ ସୁଯୋଗର କେନ୍ଦ୍ରସ୍ଥଳୀ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।
ଭାରତରେ କରୋନା ପ୍ରକୋପ ନିୟନ୍ତ୍ରଣାଧୀନ ଅଛି । ଆରୋଗ୍ୟ ହାର ବୃଦ୍ଧି ପାଉଛି । ବର୍ତ୍ତମାନ ଭାରତରେ ଅନ୍ଲକ୍ ହେବା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଆଲୋଚନା ସମୟରେ ଏସବୁ ଦେଶର ଓଡ଼ିଆ ଲୋକମାନେ ସେଠାକାର ସରକାର ବିଭିନ୍ନ ଅଭିନବ ପଦକ୍ଷେପ ନେଇଥିବା କହିଥିଲେ । ଭାରତୀୟ ରାଷ୍ଟ୍ରଦୂତମାନେ ବାହାରେ ରହୁଥିବା ଓଡ଼ିଆ ସମାଜକୁ ଭଲ ସାହାଯ୍ୟ କରୁଛନ୍ତି । ଏଥିସହ ଭାରତ ସରକାରଙ୍କ ବନେ୍ଦ ଭାରତ ମିଶନ ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ନେବାରେ ବେଶ୍ ସହାୟକ ହେଉଥିବାରୁ ଏହିସବୁ ଓଡ଼ିଆ ଲୋକମାନେ ପ୍ରଶଂସା କରିଛନ୍ତି ।
ଆଲୋଚନାରେ ଫ୍ରାନ୍ସରୁ ସଂଗ୍ରାମ ମହାପାତ୍ର, ମୋନାଲିସା ପଣ୍ଡା, ବିଜୟ ବାରିକ, ଆଶୁତୋଷ ଦାସ, ୟୁନାଇଟେଡ୍ କିଙ୍ଗ୍ଡମ୍ରୁ ସୁକାନ୍ତ ସାହୁ, ସୁଷମା ପତି, ବିବେକ ଭ;ମିଶ୍ର, ଡା. ଦେବକାନ୍ତ ବେହେରା, ସୁମନ୍ତ ମାନସିଂହ, ପର୍ତ୍ତୁଗାଲରୁ ଆଶିଷ ତ୍ରିପାଠୀ, ନାରାୟଣ ସାହୁ, ସ୍ୱିଡେନରୁ ପି.କେ ମହାନନ୍ଦିଆ, କାଳିଚରଣ ପାତ୍ର, ଜର୍ମାନୀରୁ ଇଲା ସିଂହ, ସଞ୍ଜୀବ ଦାସ, ନମ୍ରତା ମହାପାତ୍ର, ସଞ୍ଜୟ, ଋଷରୁ ବିନୟ ମିଶ୍ର, ସନ୍ତୋଷ ମିଶ୍ର, ବେଲଜିୟମରୁ ଦେବାଶିଷ ପୃଷ୍ଟି, ଗୋପବନ୍ଧୁ ବେହେରା, ନେଦରଲ୍ୟାଣ୍ଡରୁ ଡା. ଜିତେନ୍ଦ୍ର ବଢ଼ାଇ, ବିଶ୍ୱଜିତ ପାଣି, ଅଷ୍ଟ୍ରିଆରୁ କଳ୍ପନା ଦାସ, ସ୍ପେନରୁ ଦେବାଶିଷ ପ;ନାୟକ ଓ ସ୍ୱାତି ମିଶ୍ର ଅଂଶଗ୍ରହଣ କରିଥିଲେ ।
Comments are closed, but trackbacks and pingbacks are open.