ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ରେ ସଂକ୍ରମିତ ହୋଇଛନ୍ତି ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଅଫିସର ତୁହିନକାନ୍ତ ପାଣ୍ଡେ । ସେ କେନ୍ଦ୍ର ବିନିବେଶ ବିଭାଗ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ୧୯୮୭ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ତୁହିନକାନ୍ତ ପାଣ୍ଡେ ପୂର୍ବରୁ ରାଜ୍ୟ ଅର୍ଥ ସଚିବ ଓ ଆବାସିକ କମିଶନର ଥିଲେ । କିଛି ଦିନ ତଳେ ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଇଥିଲା । ସଂକ୍ରମଣର ଆଶଙ୍କା ଥିବାରୁ ସେ ନିଜ ଆଡୁ କୋଭିଡ ଟେଷ୍ଟ କରାଇଥିଲେ । ଶେଷର ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ତାଙ୍କ ରିପୋର୍ଟ ପଜିଟିଭ୍ ଆସିବାରୁ ତାଙ୍କୁ ହୋମ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । ସେହିପରି ସିଜିଓ କମ୍ପଲେକ୍ସର ସେ ଯେଉଁ ବିଭାଗରେ କାମ କରୁଥିଲେ, ତାଙ୍କୁ ସିଲ କରି ସାନିଟାଇଜ କରାଯାଇଛି । ଏହାପୂର୍ବରୁ ତୁହିନକାନ୍ତ ପାଣ୍ଡେଙ୍କ ବିଭାଗର ୩ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିଲେ । ଏବେ ପ୍ରଶାସନ ପକ୍ଷରୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ସହ ଅନ୍ୟାନ୍ୟ ଗାଇଡଲାଇନ୍କୁ ପାଳନ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
Comments are closed, but trackbacks and pingbacks are open.