ଓଡ଼ିଶା ଜଣାଇଲା ‘ନିରବ’ ସମ୍ମାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଗରେ ଯୋଦ୍ଧା, ପଛରେ କାନ୍ଥ ଭଳି ସାରା ଓଡ଼ିଶା । କରୋନା ଲଢେ଼ଇରେ ଆଗଧାଡ଼ିର ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇଛନ୍ତି ସବୁ ଓଡ଼ିଆ । ଗାଁ ରୁ ସହର, ସହରୁ ଗାଁ । ବ୍ରହ୍ମପୁରରୁ ବାଲେଶ୍ୱର, କେନ୍ଦ୍ରାପଡ଼ାରୁ କଳାହାଣ୍ଡି । ସବୁଠି ଆଜି ସନ୍ଧ୍ୟାରେ ଓଡ଼ିଆମାନେ କରିଥିଲେ ନିରବ ପ୍ରାର୍ଥନା । କରୋନା ଯୋଦ୍ଧା ତ୍ୟାଗ ଓ ନିÂା ପାଇଁ ଅଭିନବ ଢଙ୍ଗରେ ସମ୍ମାନ ଜଣାଇଛନ୍ତି ସାଢେ଼ ୪ କୋଟି ଓଡ଼ିଆ । ସବୁଠି ଓଡ଼ିଆ ଦେଇଛନ୍ତି ‘ନିରବ ସମ୍ମାନ’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆଗଧାଡ଼ିରେ ରହି କରୋନା ସହ ଲଢୁଥିବା ଆମ ଯୋଦ୍ଧାଙ୍କ ମନୋବଳ ବଢ଼ାଇବାକୁ ପ୍ରତିଟି ଓଡ଼ିଆ ଏ ନିରବ ପ୍ରାର୍ଥନାରେ ସାମିଲ୍ ହୋଇଥିଲେ । ଏଥିପାଇଁ ଓଡ଼ିଆଙ୍କ ମଧ୍ୟରେ ଆଜି ଅଭୂତପୂର୍ବ ଉତ୍ସାହ ଓ କରୋନାକୁ ହରାଇବାକୁ ଜିଦ୍ ଦେଖିବାକୁ ମିଳିଥିଲା ।
ନିରବ ସମ୍ମାନ ପ୍ରଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଶପଥ ପାଠ କରାଇଥିଲେ । କରୋନା ଲଢେ଼ଇରେ ଯୋଦ୍ଧାଙ୍କ ତ୍ୟାଗ ଓ ବଳିଦାନ ବ୍ୟର୍ଥ ଯିବନି । ମୁଁ ଜିତିବି, ମୋ ଓଡ଼ିଶା ଜିତିବ ଓ ମାନବଜାତି ମଧ୍ୟ ନିଶ୍ଚୟ ଜିତିବ । ଆତ୍ମବିଶ୍ୱାସର ସହ ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବୁଧବାର ସନ୍ଧ୍ୟା ୬ । ଶ୍ରୀକ୍ଷେତ୍ରରୁ ଏକାମ୍ରକ୍ଷେତ୍ର, ଲୋକସେବା ଭବନରୁ ବିଧାନସଭା । କଳିଙ୍ଗ ଷ୍ଟାଡିୟମରୁ କ୍ଲଷ୍ଟର କ୍ୱାରେଣ୍ଟାଇନ କେନ୍ଦ୍ର । ଠିକ୍ ଏଇ ସମୟରେ କରେନା ଯୋଦ୍ଧାଙ୍କ ପାଇଁ ମିନିଟ୍ଏ ସବୁ ନିରବ ରହିଲା । ରାସ୍ତାଘାଟରେ ଟ୍ରାଫିକ୍ ବି ଅଟକିଗଲା । ଯିଏ ଯେଉଁଠି ଥିଲେ ଛିଡ଼ା ହୋଇ କୋଭିଡ୍ ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା କଲେ ।
ରାଜନେତା, ପ୍ରଶାସକ, ପୁଲିସ୍, କ୍ରୀଡ଼ାବିତ୍, ସିନେଷ୍ଟାର । ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ । କରୋନା କଟକଣା ମଧ୍ୟରେ ଦଳ ମତ ନିର୍ବିଶେଷରେ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ ଓ ନିÂାକୁ ସମ୍ମାନ ଜଣାଇ ସମସ୍ତେ ନିରବ ପ୍ରାର୍ଥନା ମାଧ୍ୟମରେ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଥିଲେ । ତାଙ୍କ ଆତ୍ମବିଶ୍ୱାସ ବଢ଼ାଇଥିଲେ । ଏଯାଏ ସହିଦ ହୋଇଥିବା ୨୫ ଯୋଦ୍ଧାଙ୍କୁ ଜଣାଇଥିଲେ ଶ୍ରଦ୍ଧାଞ୍ଜଳି । ଏଥିପାଇଁ ରାଜ୍ୟର ସବୁ ସହର, ଜିଲ୍ଲା ମୁଖ୍ୟାଳୟ, ପୌର ସଂସ୍ଥା, ସରକାରୀ ଅଫିସ, ବେସରକାରୀ ଅଫିସ, ଷ୍ଟାଡିୟମରୁ ଆରମ୍ଭ କରି ବଜାରଘାଟ ସବୁଠି ଆଜି ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ଏକ ଭିନ୍ନ ପରିବେଶ । ସଂକଟ ସମୟରେ ଏ ନିଆରା ପ୍ରୟାସ କୋଭିଡ୍ ଯୋଦ୍ଧାମାନଙ୍କୁ ଅଭୂତପୂର୍ବ ପ୍ରେରଣା ଯୋଗାଇଛି ।
ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, କୋଭିଡ ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ସେବା ଯୋଗୁଁ ରାଜ୍ୟରେ କୋଭିଡ୍ ଆରୋଗ୍ୟଙ୍କ ସଂଖ୍ୟା ୨୫ ହଜାରରେ ପହଞ୍ଚିଛି । ଏହାର ସବୁ ଶ୍ରେୟ କୋଭିଡ ଯୋଦ୍ଧା ଓ ଓଡ଼ିଶାବାସୀଙ୍କର । ଜୀବନକୁ ବାଜି ଲଗାଇ ସେମାନେ ସେବା ଦେଉଛନ୍ତି । ୨୫ ଯୋଦ୍ଧା ଜୀବନ ବଳିଦାନ ଦେଇ ସେବା, ତ୍ୟାଗ ଓ ମାନବିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ।
ଏ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶପଥ ପାଠ କରାଇଥିଲେ । କୋଭିଡ୍ ଯୋଦ୍ଧାମାନଙ୍କୁ ସହଯୋଗ କରିବା ସହ ପ୍ରତିଟି ବ୍ୟକ୍ତି ଏ ଲଢେ଼ଇରେ ସାମିଲ୍ ହେବାକୁ ମୁଖ୍ୟମନ୍ତ୍ରୀ ଶପଥ ପାଠ କରାଇଥିଲେ । ମୁଁ ଜିତିବି, ମୋ ଓଡ଼ିଶା ଜିତିବ ଓ ମାନବଜାତି ବି ଜିତିବ, ଏ ସଂକଳ୍ପ ନେଇ କରୋନା ବିରୋଧରେ ଲଢେ଼ଇକୁ ଆହୁରି ମଜବୁତ କରିବା, କୋଭିଡ ନିୟମାବଳୀ ଅନୁପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଶପଥ ପାଠ କରାଇଛନ୍ତି । ସବୁ ଓଡ଼ିଆ ମଧ୍ୟ ଏହାକୁ ପାଳନ କରିବାକୁ ସଂକଳ୍ପ ନେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons