ନୂଆଦିଲ୍ଲୀ: ବକେୟା ଥିବା ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ । ତେବେ ବକେୟା ଥିବା କେତେକ ପ୍ରକଳ୍ପ କାମ ନେଇ ନିୟମିତ ଅନୁଧ୍ୟାନ ଓ ଆଲୋଚନା କରିବାକୁ ମୁଖ୍ୟ ଶାସନ ସଚିବ ଓ ପ୍ରମୁଖ ଆବାସିକ କମିଶନରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ଅନୁÂିତ ଏହି ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ସାମ୍ବିକମାନଙ୍କୁ କହିଥିଲେ, ବିଭିନ୍ନ କେନ୍ଦ୍ରୀୟ ଯୋଜନା କାର୍ଯ୍ୟରେ ଅଗ୍ରଗତି ଘଟିଛି । ଏନେଇ କିଛିଟା ସନ୍ତୋଷ ମଧ୍ୟ ବ୍ୟକ୍ତ କରିଥିଲେ ।
ପୂର୍ବରୁ ଗତ ୨୦୧୯ ଜାନୁଆରୀରେ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ଆଜି ପ୍ରାୟ ୩୦ ମିନିଟ୍ ଧରି ଓଡ଼ିଶା ଭବନରେ ବସିଥିଲା ସମୀକ୍ଷା ବୈଠକ । ବୈଠକରେ ଦେଖାଯାଇଥିଲା, ଅନେକ ଯୋଜନା କାର୍ଯ୍ୟରେ ଅଗ୍ରଗତି ହୋଇଛି । ରାଜ୍ୟରେ ଟେଲିକମ୍ ଓ ବ୍ୟାଙ୍କିଂ ଭଳି କେତେକ ଯୋଜନାଗୁଡିକର ଅଗ୍ରଗତିକୁ ତ୍ୱରାନ୍ୱିତ ଓ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଥିଲେ । ଏହା ସହ ରେଳବାଇ ପ୍ରକଳ୍ପ କାର୍ଯ୍ୟକୁ ଆଗେଇବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ରେଳ ପ୍ରକଳ୍ପ ବିକାଶ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଉଥିବାବେଳେ ଏ ସବୁ ପ୍ରକଳ୍ପ ତ୍ୱରାନ୍ୱିତ ପାଇଁ ରେଳ ମନ୍ତ୍ରଣାଳୟ ସହ ନିୟମିତ ଯୋଗାଯୋଗ ରଖିବାକୁ ସେ ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ୫-ଟି କାର୍ଯ୍ୟକାରିତା ନେଇ ସମୀକ୍ଷା କରାଯାଇଥିଲା । ପ୍ରଶାସନିକ ଓ ଆର୍ଥିକ କ୍ଷେତ୍ରରେ ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ।
Comments are closed, but trackbacks and pingbacks are open.