ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ହେବେ ଜଷ୍ଟିସ ଏସ ମୁରଲୀଧର

Get real time updates directly on you device, subscribe now.

କଟକ : ଜଷ୍ଟିସ ଏସ ମୁରଲୀଧର ହେବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି। ସୁପ୍ରିମକୋର୍ଟ କଲେଜିୟମ୍ ଜଷ୍ଟିସ୍ ମୁରଲୀଧରଙ୍କ ନାଁ ସୁପାରିଶ କରିଛି । ସେ ବର୍ତ୍ତମାନର ମୁଖ୍ୟ ବିଚାରପତି ମହମ୍ମଦ ରଫିକଙ୍କ ସ୍ଥାନ ନେବେ। ତେବେ ଜଷ୍ଟିସ୍ ମୁରଲୀଧର ବର୍ତ୍ତମାନ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ବିଚାରପତି ଅଛନ୍ତି । ସେ ୨୦୨୦ ମାର୍ଚ୍ଚ ୬ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଦାୟିତ୍ଵ ଗ୍ରହଣ କରିଥିଲେ। ୨୦୦୬ ମାର୍ଚ୍ଚ ୬ରେ ରାଷ୍ଟ୍ରପତିଙ୍କ ଦ୍ଵାରା ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons