ଓଡ଼ିଶା ହେବ ‘ସ୍ପୋର୍ଟ୍ସ ପାୱାରହାଉସ’: ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର: ‘ଯୁବକମାନେ ରାଜ୍ୟର ଭବିଷ୍ୟତ । ଯୁବକମାନଙ୍କୁ ଭଲ ଶିକ୍ଷା ଦେବା ଏବଂ ଯୁବ ଶକ୍ତିକୁ ସକରାତ୍ମକ ଦିଗରେ ବିନିଯୋଗ କରିବାର ଏକ ଉତ୍ତମ ମାଧ୍ୟମ ହେଉଛି କ୍ରୀଡ଼ା । ତେଣୁ କ୍ରୀଡ଼ାରେ ପୁଞ୍ଜି ବିନିଯୋଗର ଅର୍ଥ ଯୁବକମାନଙ୍କ ପାଇଁ ବିନିଯୋଗ ଏବଂ ଯୁବକମାନଙ୍କ ପାଇଁ ବିନିଯୋଗର ଅର୍ଥ ରାଜ୍ୟର ଭବିଷ୍ୟତରେ ପୁଞ୍ଜି ବିନିଯୋଗ କରିବା । କ୍ରୀଡ଼ାବିତଙ୍କ ସ୍ୱପ୍ନ ସାକାର କରିବା ପାଇଁ ରାଜ୍ୟ ସବୁ ପ୍ରକାର ସହାୟତା ଯୋଗାଇ ଦେବ । ଖୁବ୍ ଶୀଘ୍ର ଓଡ଼ିଶା ‘ସ୍ପୋର୍ଟ୍ସ ପାୱାରହାଉସ’ବା କ୍ରୀଡ଼ା ଶକ୍ତି ଭାବେ ଉଭା ହେବ । ରାଜ୍ୟକୁ କ୍ରୀଡ଼ା ଶକ୍ତି ଭାବେ ପରିଗଣିତ କରିବା ପାଇଁ ଆମେ ଯାତ୍ରା ଆରମ୍ଭ କରି ସାରିଛୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ସାଙ୍ଗକୁ କ୍ରୀଡ଼ାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ବିଶେଷ ଦୃଷ୍ଟି ଦେଇଆସୁଛନ୍ତି । ଫଳରେ ରାଜ୍ୟରେ ବହୁ କ୍ରୀଡ଼ା ଭିତ୍ତିଭୂମି ଗଢ଼ି ଉଠିବା ସହ ହକି ବିଶ୍ୱକପ୍ ଭଳି ବଡ଼ ବଡ଼ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ ସମ୍ଭବ ହୋଇପାରିଛି । କ୍ରୀଡ଼ାବିତମାନଙ୍କୁ ମଧ୍ୟ ଯୋଗ୍ୟତା ଅନୁସାରେ ନିଯୁକ୍ତି ପ୍ରଦାନ କରାଯାଉଛି । ଆଜି ରାଜ୍ୟ ପୁଲିସରେ ମୋଟ୍ ୩୯ ଜଣ କ୍ରୀଡ଼ାବିତଙ୍କୁ ନିଯୁକ୍ତି ମିଳିଛି । ସେମାନଙ୍କ ମଧ୍ୟରେ ୩୦ ଜଣ ମହିଳା ଏବଂ ୯ ଜଣ ପୁରୁଷ କ୍ରୀଡ଼ାବିତ ରହିଛି ।
ଆଜି ଭର୍ଚୁଆଲରେ ଆୟୋଜିତ ନିଯୁକ୍ତି ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ସମସ୍ତ କ୍ରୀଡ଼ାବିତଙ୍କୁ ଅଭିନନ୍ଦନ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଏହି ଅବସରରେ ୫-ଟି ଅଧିନରେ ଇ-ଏଫ୍ଆଇଆର୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସର୍ବସାଧାରଣ ସ୍ଥାନରେ ହେଉଥିବା ଚୋରି ପାଇଁ ଆଉ ଲୋକଙ୍କୁ କୌଣସି ଥାନାକୁ ଯିବାକୁ ପଡ଼ିବ ନାହିଁ । ଭର୍ଚୁଆଲ ପୁଲିସ ଷ୍ଟେସନରେ ଯେ କୌଣସି ସ୍ଥାନରେ ରହି ଏଫ୍ଆଇଆର ଦାଖଲ କରିହେବ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭି.କେ ପାଣ୍ଡିଆନ, ଡିଜିପି ଅଭୟ, କ୍ରୀଡ଼ା ସଚିବ ବିଶାଳ ଦେବ, ଲଳିତ ଦାସ ଓ ସଞ୍ଜୀବ ଚୋପ୍ରା ପ୍ରମୁଖ ଅଧିକାରୀମାନେ ସାମିଲ ହୋଇଥିଲେ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons