ଭୁବନେଶ୍ୱର: ରାଜ୍ୟରେ ଆଉଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ତାଙ୍କ ଟେଷ୍ଟ୍ ରିପୋର୍ଟ ଆରଏମଆରସିରୁ ଆସିବା ପରେ ପଜିଟିଭ ଜଣାପଡିଥିଲା। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଁଚିଛି।
ଏହି ବ୍ୟକ୍ତିଜଣଙ୍କ କିଛିଦିନ ତଳେ ବିଦେଶରୁ ଫେରିଥିଲେ। ଏହାପରେ ତାଙ୍କଠାରେ କିଛି ସନ୍ଦିଗ୍ଧ ଲକ୍ଷଣ ଦେଖିବାକୁ ମିଳିଥିଲା। ପରେ ରକ୍ତ ଓ ସ୍ୱାବ ନମୂନା ଟେଷ୍ଟ ପାଇଁ ଆରଏମଆରସି ପଠାଯାଇଥିଲା। ଆଜି ଏହାର ରିପୋର୍ଟ ଆସିଛି।
ସୂଚନାଯୋଗ୍ୟ, ଗତ ୪ଦିନ ତଳେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।


Comments are closed, but trackbacks and pingbacks are open.