ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ଯେଉଁ ଖଣିଗୁଡିକ ବନ୍ଦ ବା ଅପରିତ୍ୟକ୍ତ ହୋଇ ରହିଛି, ତାକୁ ଟୁରିଷ୍ଟ ଡେଷ୍ଟିନେସନ୍ ବା ପର୍ଯ୍ୟଟନସ୍ଥଳୀ କରାଯିବ । ବନ୍ଦ ଖଣି ସ୍ଥାନକୁ ଉପଯୋଗ କରି ଜଳକ୍ରୀଡା ପାଇଁ ବ୍ୟବସ୍ଥା ହେବ । ଏହାର ଆଖପାଖରେ ସବୁଜ ବଳୟ ସୃଷ୍ଟି କରାଯିବ । ସେଠାରେ ଇକୋ ଟୁରିଜିମ୍ର ବିକାଶ କରାଯିବ । ଖଣି ଖନନ ପୂର୍ବରୁ ଏହି ଅଞ୍ଚଳ ଯେମିତି ଥିଲା, ତାକୁ ସେଭଳି ରୂପ ଦେବାକୁ ସରକାର ପଦକ୍ଷେପ ନେଉଛନ୍ତି । ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଆଜି ଇଣ୍ଡିଆ ମାଇନିଂ କନକ୍ଲେଭ୍ରେ ଯୋଗଦେଇ ସରକାରଙ୍କ ଏହି ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି ।
ଇଣ୍ଡିଆନ ଚାମ୍ବର ଅଫ କମର୍ସ (ଆଇସିସି) ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି, ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଅନେକ ଖଣିର ନିଲାମୀ ସମୟ ସୀମା ସରିଯିବ । ଏହି ସମୟ ସୀମା ପାଖେଇ ଆସୁଥିବାରୁ ଖଣି ନିଲାମକୁ ନେଇ ଖଣି ଓ ଖଣିଜ କ୍ଷେତ୍ରରେ କାମ କରୁଥିବା କମ୍ପାନି ଚିନ୍ତିତ ଅଛନ୍ତି । କିନ୍ତୁ ଚିନ୍ତାର କୌଣସି କାରଣ ନାହିଁ । ଠିକ୍ ସମୟରେ ଖଣି ନିଲାମ ହେବ । ଖଣି ନିଲାମ ପାଇଁ ସରକାର ସକରାତ୍ମକ ଅଛନ୍ତି । କିଛି ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ତିନୋଟି ଲୁହା ପଥର, ଗୋଟିଏ ମାଙ୍ଗାନିଜ୍, ଦୁଇଟି କ୍ରୋମାଇଟ ଓ ଗୋଟିଏ ଗ୍ରାଫାଇଟରୁ ଚୂନପଥର ଖଣିର ନିଲାମ ସରିଛି । ଆଉ ୩୧ଟି ଖଣି ପର୍ଯ୍ୟାୟକ୍ରମେ ନିଲାମ ହେବ । ଏଥିପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ନିଲାମ ହେବାକୁ ଥିବା ଏହି ଖଣି ମଧ୍ୟରୁ ୨୭ଟି ଲୁହା ପଥର ଖଣି, ଦୁଇଟି ଗ୍ରାଫାଇଟ୍ ଓ ଦୁଇଟି ମାଙ୍ଗାନିଜ ଖଣି ରହିଛି ।
ସମ୍ମିଳନୀରେ ଉପସ୍ଥିତ ଖଣି କମ୍ପାନିର ପ୍ରତିନିଧି ଓ ଶିଳ୍ପ ପ୍ରତିନିଧିଙ୍କୁ ସେ ଆହ୍ୱାନ ଦେଇ କହିଥିଲେ, ଖଣି ଖନନ ସମୟରେ ସର୍ବୋତ୍ତମ ଓ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ କର । ଖଣି ଉତ୍ତୋଳନ ଯୋଗୁ ପରିବେଶ ଉପରେ ଯେଭଳି କମ୍ ପ୍ରଭାବ ପଡ଼ିବ, ତାକୁ ନିଶ୍ଚିତ କର । ସେହିଭଳି ଖଣି ଉତ୍ତୋଳନକୁ ସୁଗମ କରିବାକୁ ରାଜ୍ୟରେ ଫରେଷ୍ଟ୍ ସେଲ୍ ଖୋଲାଯାଇଛି । କମ୍ପାନିମାନେ ଖଣି ଖନନ ପାଇଁ ଆବଶ୍ୟକ ମଞ୍ଜୁରି ହାସଲ କରିବାରେ ଏହି ସେଲ୍ ସହାୟତା କରୁଛି ବୋଲି ମନ୍ତ୍ରୀ ଶ୍ରୀମଲ୍ଲିକ ସୂଚନା ଦେଇଥିଲେ ।
ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସମ୍ମିଳନୀରେ ଯୋଗଦେଇ କହିଥିଲେ, ଓଡିÿଶା ହେଉଛି ଇସ୍ପାତର ହବ୍ । ଆଗାମୀ କିଛି ମାସ ଭିତରେ ରାଜ୍ୟରେ ଥିବା ଖଣିଗୁଡିÿକର ମାଲିକାନା ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ପୁରୁଣା ମାଲିକଙ୍କ ପାଖରେ ଥିବା ମଞ୍ଜୁରି ନୂଆ ମାଲିକଙ୍କୁ ହସ୍ତାନ୍ତର କରାଯିବ । ଫଳରେ ଉତ୍ପାଦନରେ କୌଣସି ପ୍ରକାର ବାଧା ସୃଷ୍ଟି ହେବ ନାହିଁ । ଖଣି ଉତ୍ପାଦନକୁ ନେଇ କୌଣସି ପ୍ରକାର ଚିନ୍ତା ନ କରିବାକୁ ସେ ଖଣି କମ୍ପାନିଗୁଡ଼ିକୁ ଆଶ୍ୱାସନା ଦେଇଛନ୍ତି ।
ଏହି ସମ୍ମେଳନରେ ଓଡିÿଶାର ଇସ୍ପାତ ଓ ଖଣି କମିଟିର ଆବାହକ ମନିଷ ଖରବନ୍ଦା କହିଥିଲେ, ଖଣି ଆବଣ୍ଟନ ହେବାର ଦୁଇ ବର୍ଷ ପର୍ଯ୍ୟନ୍ତ ଖଣି କାମ ଆରମ୍ଭ ନ କରିବାକୁ ନିୟମ ରହିଛି । ଏହି ନିୟମକୁ ପରିବର୍ତ୍ତନ ଆଣିବାକୁ ସେ ଦାବି ଜଣାଇଛନ୍ତି । କୋଇଲା ବ୍ଲକ୍ ନିଲାମ ବେଳେ କୋଇଲାର ବ୍ୟବହାରକୁ ନେଇ ଯେଉଁ ଭଳି ନିୟମ ଅଛି ଅନ୍ୟ ଅଣ କୋଇଲା ଖଣି ପାଇଁ ସେଭଳି ନିୟମ ଲାଗୁ କରାଯାଉ । ଫଳରେ କିଛି ଲୋକଙ୍କ ପାଖରେ ଅଧିକ ଖଣିଜ ପଦାର୍ଥ ମହଜୁଦ ହୋଇ ରହିବନି । କ୍ଷୁଦ୍ର କମ୍ପାନିଗୁଡିକ ବି ଲାଭବାନ ହେବେ । ଖଣି କ୍ଷେତ୍ରରେ ଲାଗୁ ହେଉଥିବା ଅତ୍ୟଧିକ ଟିକସ, ଖଣିଜ ବେନିଫିକେସନ୍ ଓ ପରିବହନକୁ ନେଇ ଥିବା ସମସ୍ୟାକୁ ନେଇ ସେ ଉଦ୍ବେଗ ପ୍ରକାଶ କରିଥିଲେ ।
ରାଜ୍ୟ ଇସ୍ପାତ ବିଭାଗର ସଚିବ ତଥା ଅତିରିକ୍ତ ଶାସନ ସଚିବ ଆର୍କେ ଶର୍ମା କହିଥିଲେ, ରାଜ୍ୟର ଅର୍ଥନୀତି ପ୍ରତି ଖଣି କ୍ଷେତ୍ରର ଅବଦାନ ଏବେ ୧୦ଧ ରହିଛି । ନିକଟରେ କିଛି କାରଣ ପାଇଁ ଏହା ୧୦ଧ ତଳକୁ ଖସି ଯାଇଥିଲା । ଏବେ ଏଥିରେ ସୁଧାର ଆସିଛି । ନିୟମ ପାଳନ କରିବାରେ ଓଡ଼ିଶାର ଖଣିଗୁଡ଼ିକ ଆଗରେ ଅଛନ୍ତି । ଅନ୍ୟ ରାଜ୍ୟଗୁଡ଼ିକ ଏବେ ବି ଖଣି କ୍ଷେତ୍ରରେ ସଂଘର୍ଷ କରୁଛନ୍ତି । କିନ୍ତୁ ଓଡିÿଶା ଏହାର ଉତ୍ପାଦନକୁ ତକ୍ରାଳ ସ୍ୱାଭାବିକ କରିଛି ବୋଲି ସେ କହିଛନ୍ତି ।
ଏହି ସମ୍ମେଳନରେ ଆଇସିସି ଓଡ଼ିଶା ରାଜ୍ୟ କାଉନସିଲ୍ ଅଧ୍ୟକ୍ଷ ଏମ୍ ସି ଥୋମାସ, ଆଇସିସି ଇଷ୍ଟର୍ଣ୍ଣ ଜୋନ୍ ମାଇନିଂ ଆସୋସିଏସନର ନିଦେ୍ର୍ଧଶକ ପ୍ରବୋଧ ମହାନ୍ତି, ବେଦାନ୍ତ ଗ୍ରୁପ୍ ନିଦେ୍ର୍ଧଶକ ସ୍କଟ୍ କାଥାନିସ୍, ଆଇସିସି ଓଡ଼ିଶା ରାଜ୍ୟ କାଉନସିଲ ସହ ଅଧ୍ୟକ୍ଷ ଜେ ବି ପାଣି ଓ ଆଇଆରଇଏଲ୍ ଇଣ୍ଡିଆ ଲିଃର ଅଧ୍ୟକ୍ଷ ଦୀପେନ୍ଦର ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.