ଓଢଣି ଲଗାଇ ଯୁବତୀଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଦଳବେଡା ପଞ୍ଚାୟତ ଫଲସପାଣି ଗାଁରେ ଜଣେ ଯୁବତୀ ବେକରେ ଓଢଣି ବାନ୍ଧି ଆତ୍ମହତ୍ୟା କରିଛନ୍ତି । ଘର ପାଖ ଏକ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଯୁବତୀ ହେଲେ ଗାଁର ସୁନୀତା ପୋଟ୍ଟା(୧୮) । ଚନ୍ଦାହାଣ୍ଡି ଥାନାରେ ଏ ନେଇ ଏକ ଅପମୃତୁ୍ୟ ମାମଲା(୪/୨୦୨୧) ରୁଜୁ ହୋଇଛି । ଏହାର କାରଣ ଜଣାପଡି ନଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ପ୍ରେମାନନ୍ଦ ସୁନାନୀ କହିଛନ୍ତି ।
ଗତ ସୋମବାର ରାତିରେ ଯୁବତୀଙ୍କ ସହ ପରିବାର ଲୋକେ ଖାଇପିଇ ଶୋଇଥିଲେ । ପରିଦିନ ସକାଳେ ଅନୀତା ଶୌଚ ଯିବାକୁ କହି ଘର ପାଖ ଜଙ୍ଗଲକୁ ଯାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ପରିବାର ଲୋକ ବ୍ୟସ୍ତ ହୋଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଘରପାଖ ବିଲ ହୁଡାରେ ଥିବା ଏକ ଗଛରେ ସୁନୀତାଙ୍କ ମୃତଦେହ ଝୁଲୁଥିବା କେତେଜଣ ଗ୍ରାମବାସୀ ଦେଖିଥିଲେ । ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଥିଲେ । ପରେ ଗ୍ରାମବାସୀ ଓ ପରିବାର ଲୋକେ ଚନ୍ଦାହାଣ୍ଡି ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ । ଏଏସ୍ଆଇ ଅମର ମିଶ୍ର ଅନ୍ୟ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ । ବ୍ୟବଚ୍ଛେଦ ପାଇଁ ଶବକୁ ଚନ୍ଦାହାଣ୍ଡି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠା ଯାଇଥିଲା । ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ମାମଲାର ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons