
ମାଲକାନଗିରି,(ବି.ବି.ନୁ୍ୟଜ):ମାଲକାନଗିରି ଜିଲ୍ଲା ଏମଭି-୭୯ ଥାନା ଏମଭି-୭୨ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁର ମନ୍ମଥ ମଣ୍ଡଳଙ୍କ ସ୍ତ୍ରୀ ନିବେଦିତା ବେକରେ ଓଢଣୀ ବାନ୍ଧି ଆତ୍ମହତ୍ୟା କରିଛନ୍ତି । ପାରିବାରିକ କଳହରୁ ନିବେଦିତା ଏହି କାଣ୍ଡ କରିଥିବା ପୁଲିସ ଅନୁମାନ କରୁଛି ।
ସୂଚନା ଅନୁସାରେ, ଗତ ରାତି ପ୍ରାୟ ୨ ରୁ ୩ ଟା ମଧ୍ୟରେ ଏହି କାଣ୍ଡ ଘଟିଛି । ରାତିରେ ମନ୍ମଥ ପାଣି ପିଇବାକୁ ଉଠିଥିବା ବେଳେ ନିବେଦିତାଙ୍କ ମୃତଦେହ ଘରର ଏକ କୋଣରେ ଝୁଲୁଥିବା ଦେଖିଥିଲେ । ତୁରନ୍ତ ମନ୍ମଥ ପଡୋଶୀଙ୍କୁ ଡାକି ଘଟଣା ସମ୍ପର୍କରେ ଜଣାଇଥିଲେ । ପରେ ପରିବାର ଲୋକେ ଏମଭି-୭୯ ଥାନାକୁ ଜଣାଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କାଲିମେଳା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା । ଏ ନେଇ ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ନିବେଦିତାଙ୍କ ମୃତୁ୍ୟର ପ୍ରକୃତ କାରଣ ଜଣାପଡିନି ।


Comments are closed, but trackbacks and pingbacks are open.