ଓବିସି ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Get real time updates directly on you device, subscribe now.

ଭୁବନେଶ୍ୱର: ରାଜ୍ୟ ସରକାର ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷାରେ ସ୍ଥାନ ସଂରକ୍ଷଣ କରିବାକୁ ପ୍ରସ୍ତାବିତ ସଂକଳ୍ପ କ୍ୟାବିନେଟରେ ପାରିତ କରିବା ପରିପ୍ରେକ୍ଷୀରେ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଦୀର୍ଘ ଦିନର ଅନୁରୋଧ ତଥା ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କୁ ଚାକିରି କ୍ଷେତ୍ରରେ ଓ ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସ୍‌ଇବିସି) ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବା ପାଇଁ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ ଏ ବାବଦରେ ପୂର୍ବରୁ ଦୁଇ ଥର ଅର୍ଥାତ୍ ଜାନୁଆରୀ ୧୫, ୨୦୨୦ ଏବଂ ଜୁଲାଇ ୨୫, ୨୦୧୯ରେ ଲେଖିଥିବା ପତ୍ରକୁ ସଂଲଗ୍ନ କରି ଉଲ୍ଲେଖ କରିଛନ୍ତି ଯେ, ତାଙ୍କର ଅନୁରୋଧ କ୍ରମେ ରାଜ୍ୟ ସରକାର ଫେବୃୟାରୀ ୧୨,୨୦୨୦ରେ ବ୍ୟାକୱାର୍ଡ କ୍ଲାସ କମିଶନ ଗଠନ କରିଛନ୍ତି । ମାତ୍ର ଏହି ଆୟୋଗର ରିପୋର୍ଟ ଏପର୍ୟ୍ୟନ୍ତ ଦାଖଲ ହୋଇନଥିବା ବେଳେ ଓବିସି ବର୍ଗ ପାଇଁ ସଂରକ୍ଷଣର ଅନୁରୋଧ ଏର୍ପ୍ୟନ୍ତ କାର୍ୟ୍ୟକାରୀ ହୋଇନାହିଁ ।
ତେବେ ଓଡିଶା ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟର ଓବିସି ଏବଂ ଏସଇବିସି ଜନସଂଖ୍ୟା ସପକ୍ଷରେ ନିଶ୍ଚିତ କାର୍ୟ୍ୟାନୁଷ୍ଠାନର ଆବଶ୍ୟକତା ପାଇଁ ଯୁକ୍ତିକୁ ଦୋହରାଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ରାଜ୍ୟର ମୋଟ ଜନସଂଖ୍ୟାର ପ୍ରମୁଖ ଅଂଶ ହେଉଛନ୍ତି ଓବିସି ଓ ଏସଇବିସି ବର୍ଗ । ତେବେ ଏହି ବର୍ଗର ଲୋକମାନେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଥିବା ସୁଯୋଗରୁ ବଂଚିତ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons