ଓଲଟା ଉଡ଼ିଲା ଜାତୀୟ ପତାକା : ସରପଞ୍ଚଙ୍କ ନାଁରେ ଏତଲା

Get real time updates directly on you device, subscribe now.

ବାସୁଦେବପୁର, (ବି.ବି.ନୁ୍ୟଜ୍): ପବିତ୍ର ସ୍ୱାଧୀନତା ଦିବସରେ ଜାତୀୟ ପତାକା ଓଲଟା ଉଡ଼ିଲା । ଏପରି ଅଶୋଭନୀୟ ଘଟଣା ଗତ ଶନିବାର ଦେଖିବାକୁ ମିଳିଥିଲା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଅରଣ୍ଡୁଆ ପଞ୍ଚାୟତରେ । ଏହାକୁ ନେଇ ଜଣେ ସମାଜସେବୀ ସରପଞ୍ଚଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି । ଏନେଇ ପୁଲିସ ମାମଲା ରୁଜୁ କରଛି । ହେଲେ ସରପଞ୍ଚଙ୍କୁ ଗିରଫ କରି ନଥିବା ଜଣାପଡ଼ିଛି ।
ଅଭିଯୋଗ ଅନୁସାରେ, ପ୍ରତିବର୍ଷ ପରି ଅରଣ୍ଡୁଆ ପଞ୍ଚାୟତରେ ଗତ ଶନିବାର ସ୍ୱାଧୀନତା ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ସରପଞ୍ଚ ଅରୁଣ କୁମାର ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂପୃକ୍ତ ପଞ୍ଚାୟତର ସମିତିସଭ୍ୟାଙ୍କ ସ୍ୱାମୀଙ୍କ ସମେତ ବହୁ ସ୍ଥାନୀୟ ଲୋକ ଯୋଗ ଦେଇଥିଲେ । ଜାତୀୟ ପତାକା ଉତ୍ତୋଳନ ଉତ୍ସବ ସରିବା ପରେ ସମସ୍ତେ ପଳାଇ ଯାଇଥିଲେ । ମାତ୍ର ଏତିକିବେଳେ ଜାତୀୟ ପତାକା ଓଲଟା ଉଡ଼ୁଥିବା ଦେଖିବାକୁ ମିଳିଥିଲା । ଏହାର କେହି ଭିଡିଓ କରି ଭାଇରାଲ କରିଥିଲେ । ଫଳରେ ଏହି ଘଟଣା ସମସ୍ତଙ୍କ ନଜରକୁ ଆସିଥିଲା । ଏ ନେଇ ସ୍ଥାନୀୟ ଅଞ୍ଚଳର ସମାଜସେବୀ ମୁକ୍ତିକାନ୍ତ ନାୟକ ବାସୁଦେବପୁର ଥାନାରେ ଏକ ଏତଲା ଦେଇଥିଲେ । ଅଭିଯୋଗମୂଳେ ପୁଲିସ ଥାନା କେସ ନଂ. ୨୧୨/୨୦ରେ ମାମଲା ରୁଜୁ କରିଛି । ସରପଞ୍ଚ ଶ୍ରୀମହାନ୍ତିଙ୍କ ନାଁରେ କୋଭିଡ୍ ନିୟମ ଉଲଂଘନ କରିଥିବା ଦଫା ସହ ୧୮୮, ୨୬୯, ୨୭୦, ୩୩୬, ୫୧ ଡିଏମ ଆକ୍ଟ, ପ୍ରିଭେନ୍ସଆନ୍ ଅଫ୍ ଇନସଲ୍ଟ ଟୁ ନେସନାଲ ଅନରଆକ୍ଟ (୨ଏଲ) ଦଫା ଲାଗିଛି । ଖବରଲେଖା ହେବା ବେଳକୁ ଉକ୍ତ ଘଟଣାରେ ପୁଲିସ ସରପଞ୍ଚଙ୍କୁ ଗିରଫ କରି ନଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons