ତରବୋଡ,(ବି.ବି.ନୁ୍ୟଜ): ନୂଆପଡ଼ା ଜିଲ୍ଲା କୋମନା ଥାନା ଜାତୀୟ ରାଜପଥ ୩୫୩ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବର ଘର ଅଭିମୁଖେ ଯାଉଥିବା କନ୍ୟା ଯାତ୍ରୀ ଗାଡ଼ି ଓଲଟି ପଡ଼ିବାରୁ ୨ ଜଣ ମହିଳାଙ୍କ ମୃତୁ୍ୟ ଘଟିଥିବା ବେଳେ ୨୩ଜଣ ଆହତ ହୋଇଛନ୍ତି । ମୃତ ୨ ମହିଳା ବିଲେନଞ୍ଜୋର ଗାଁର ହେମ ନିଆଲ(୬୦) ଓ କୌଶଲ୍ୟା ନିଆଲ(୪୫) ବୋଲି ଚିହ୍ନଟ କରାଯାଇଛି । ଉଭୟେ କନ୍ୟାଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି । ସମସ୍ତ ଆହତଙ୍କୁ କୋମନା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ୧୦ଜଣଙ୍କ ଅବସ୍ଥା ଜଟିଳ ଥିବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ପୂର୍ବାହ୍ନରେ ଏକ ପିକ୍ଅପ୍ ଭ୍ୟାନ୍ରେ ବିଲେନଞ୍ଜୋର ଗାଁରୁ କନ୍ୟାଯାତ୍ରୀ ଦଳ ତରବୋଡ଼ ଅଭିମୁଖେ ବରଘରକୁ ବାହାରିଥିଲେ । ଭ୍ୟାନ୍ରେ କିଛି ଝିଅ ବିଦା ସାମଗ୍ରୀ ସହ ପ୍ରାୟ ୨୫ରୁ ୩୦ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରେ ଶିଶୁ ଏବଂ କିଶୋରୀ ମଧ୍ୟ ଥିଲେ । ପରମ୍ପରା ଅନୁଯାୟୀ ବର ଘରକୁ ଯାଇ କନ୍ୟା ପକ୍ଷର ଲୋକେ ମିଳିତ ଭାବେ ଫଗୁ, ହଳଦୀ ଖେଳ ସାଙ୍ଗକୁ ପାଣିଗ୍ରହଣ ପରବର୍ତ୍ତୀ ବିଭିନ୍ନ ରୀତିନୀତି ସମ୍ପାଦନ କରିଥାନ୍ତେ । କିନ୍ତୁ ସବୁ ହସ ଖୁସି ଆଉ ଉତ୍ସବର ମାହୋଲକୁ ଶୋକ ସାଗରରେ ବୁଡ଼ାଇ ଦେଲା ସଡ଼କ ଦୁର୍ଘଟଣା । ଜାତୀୟ ରାଜପଥ ୩୫୩ରେ କୋମନାରୁ ତରବୋଡ ମଝି କ୍ରିଷ୍ଣା ଛକରେ କନ୍ୟା ଯାତ୍ରୀଙ୍କୁ ନେଇ ଯାଉଥିବା ଭ୍ୟାନ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।


Comments are closed, but trackbacks and pingbacks are open.