ଓଲଟିଲା କାର,ଡ୍ରାଇଭର ଗୁରୁତର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଇନଫୋସିଟି ଥାନା ଅଧୀନ ସିଲିକନ କଲେଜ ସମ୍ମୁଖରେ ଥୁଆ ହୋଇଥିବା ଏକ କାର୍କୁ ଧକ୍କା ଦେଇ ଆଉ ଏକ କାର୍ ଓଲଟି ପଡ଼ିଥିଲା । ଏଥିରେ କାର ଚାଳକ ଗୁରୁତର ଆହତ ହୋଇଛନ୍ତି । ସେ ହେଲେ ରବୀନ୍ଦ୍ର ନାଥ ବେହେରା(୪୫) । ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଇନଫୋସିଟି ଥାନା ପୁଲିସ ପହଞ୍ôଚ ଦୁର୍ଘଟଣା ଘଟାଇଥିବା ଦୁଇଟି କାରକୁ ଜବତ କରିଛି ।
ଆଜି ମଧ୍ୟାହ୍ନରେ ସିଲିକନ କଲେଜ ପାଖରେ ପାର୍କିଂ ହୋଇଥିବା କାର୍ (ଓଆର୍୦୨ବିଏନ୍୫୬୭୭)କୁ ଶୈଳଶ୍ରୀ ବିହାର ପଟୁ ଶିଖରଚଣ୍ଡୀ ଆଡ଼କୁ ଯାଉଥିବା କାର୍ (ଡିଏନ୍୦୯କେ୦୯୩୬) ଭାରସାମ୍ୟ ହରାଇ ଧକ୍କା ଦେଇଥିଲା । ଫଳରେ କାର୍ ରାସ୍ତାରେ ଓଲଟି ଚାଳକ ଗୁରୁତର ହୋଇଥିଲେ । ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଛି । ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ ଲୋକେ ରବୀନ୍ଦ୍ରଙ୍କୁ କାର୍ର ଡୋର୍ ଭାଙ୍ଗି ପଦାକୁ କାଢିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons