ଓଲଟିଲା ଚାଉଳ ବୋଝେଇ ମିନି ଟ୍ରକ୍ ୩ ଗୁରୁତର

Get real time updates directly on you device, subscribe now.

ତୁମୁଡ଼ିବନ୍ଧ, (ବି.ବି.ନୁ୍ୟଜ୍): ତୁମୁଡ଼ିବନ୍ଧ ଥାନା ଅଧୀନ ୫୯ନଂ ଜାତୀୟ ରାଜପଥର ଜାଲେସପଟା ଗ୍ରାମ ନିକଟରେ ଏକ ଚାଉଳ ବୋଝେଇ ମିନି ଟ୍ରକ୍ ଓଲଟି ପଡ଼ିଛି । ଦୁର୍ଘଟଣାରେ ୩ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ତୁମୁଡ଼ିବନ୍ଧ ଓଡ଼ିଆ ସାହିର ନନ୍ଦ କିଶୋର ନାୟକ, ରଞ୍ଜନ ବଡ଼ସେଠ୍ ଓ ବୁଡ଼ାପଡ଼ା ଅଞ୍ଚଳର ମହାଦେବ ତନ୍ତି ବୋଲି ଜଣାପଡ଼ିଛି । ପୁଲିସ ସୂଚନା ଅନୁଯାୟୀ, ଚାଉଳ ବୋଝେଇ ମିନିଟ୍ରକ୍(ଓଡି୦୫ଏଆର୍-୨୯୩୩)ଟି ତୁମୁଡ଼ିବନ୍ଧ ବ୍ଲକ୍ର କୁର୍ତ୍ତମଗଡ଼ ପଞ୍ଚାୟତ ସ୍ଥିତ ଚାଉଳ ଡିପୋରୁ ଝିରିପାଣି ପଞ୍ଚାୟତର ବିଭିନ୍ନ ସ୍କୁଲ୍କୁ ଚାଉଳ ନେଇ ଯାଉଥିଲା । ଏ ସମୟରେ ଜାଲେସପଟା ନିକଟରେ ଯାନ୍ତ୍ରୀକ ତୃଟି ଯୋଗୁ ଗାଡ଼ିଟି ମୁଖ୍ୟରାସ୍ତା ଉପରେ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ତୁମୁଡ଼ିବନ୍ଧ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୧୦୮ ଯୋଗେ ନିଆଯାଇଥିଲା । ତେବେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ମହୋଦେବ ଓ ନନ୍ଦକିଶୋରକୁ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ତୁମୁଡ଼ିବନ୍ଧ ଥାନାଧିକାରୀ ବାବାଶଙ୍କର ସରାଫ୍ ଘଟଣାସ୍ଥଳରେ ପହଞ୍ଚô ଘଟଣାର ତଦନ୍ତ କରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons