ଓଲଟିଲା ଟମାଟୋ ଗାଡ଼ି, ବର୍ତ୍ତିଲେ ଚାଳକ

Get real time updates directly on you device, subscribe now.

ପାପଡାହାଣ୍ଡି,(ବି.ବି.ନୁ୍ୟଜ):ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଟମୋଟୋ ବୋଝେଇ ପିକ୍ଅପ୍ । ଅଳ୍ପକେ ବର୍ତ୍ତିଲେ ଚାଳକ । ଏହି ଦୁର୍ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ଛକ ନିକଟରେ । ଗାଡି ଓଲଟିବା ପରେ ଟମାଟୋ ନେବାକୁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।
ସୂଚନା ଅନୁସାରେ, ଗାଡି(ଓଡି୨୪ ୩୩୯୦)ଟି ରାଜ୍ୟ ରାଜପଥରେ ଯାଉଥିବା ବେଳେ ତଣ୍ଡାଗୁଡା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ଟମାଟୋ ବୋଝେଇ ହୋଇ ବିକ୍ରି ଉଦେ୍ଧଶ୍ୟରେ ପାପଡାହାଣ୍ଡି ସାପ୍ତାହିକ ହାଟକୁ ଯାଉଥିଲା । ଦୁର୍ଘଟଣାରୁ ଚାଳକ ସନ୍ତୋଷ ୟାଦବ ଅଳ୍ପକେ ବର୍ତ୍ତି ଯାଇଥିଲେ । ଗାଡିଟି ଜଗଦଲପୁରରୁ ପାପଡାହାଣ୍ଡି ଯାଉଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons