ଓଲଟିଲା ଟ୍ରକ: ୬ ଦାଦନ ଶ୍ରମିକଙ୍କ ମୃତୁ୍ୟ!

Get real time updates directly on you device, subscribe now.

ବଲାଙ୍ଗିର,(ଗୁପ୍ତେଶ୍ୱର ପୁଷ୍ଟିଙ୍କ ରିପୋର୍ଟ): ହାଇଦ୍ରାବାଦର ସମ୍ଦାବାଦଠାରେ ଏକ ଟ୍ରକ ଓଲଟି ୬ଜଣ ଦାଦନ ଶ୍ରମିକଙ୍କ ମୃତୁ୍ୟ ହୋଇଛି । ମୃତକଙ୍କ ମଧ୍ୟରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଏବଂ ମୁରିବାହାଲର ଶ୍ରମିକମାନେ ରହିଥିବା ଜଣା ପଡିଛି । ଗତକାଲି ସପ୍ତାହ ଶେଷରେ ସେମାନେ ସର୍ଦ୍ଧାରଠାରୁ ପାରିଶ୍ରମିକ ପାଇବା ପରେ ପନିପରିବା କିଣିବାକୁ ଯାଇଥିଲେ । ଫେରିବା ବେଳେ ଏକ ଟ୍ରକ୍ରେ ସେମାନେ ଆସୁଥିଲେ । ସମ୍ଦାବାଦଠାରେ ସାମ୍ନା ପଟରୁ ଦ୍ରୁତଗତିରେ ଆସୁଥିବା ଏକ କାରକୁ ରାସ୍ତା ଛାଡ଼ିବାକୁଯାଇ ଭାରସାମ୍ୟ ହରାଇ ଟ୍ରକଟି ଓଲଟି ପଡିଥିଲା । କେତେକ ଶ୍ରମିକ ଛିଟିକି ପଡି ଗୁରୁତର ଆହତ ହୋଇଥିବା ବେଳେ କେତେ ଶ୍ରମିକ ଗାଡ଼ି ତଳେ ଚାପି ହୋଇରହିଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନେଇଥିବା ଜଣାପଡିଛି । ତେବେ ମୃତକଙ୍କ ମଧ୍ୟରେ ମହିଳା ଏବଂ ଶିଶୁମାନେ ମଧ୍ୟ ରହିଛନ୍ତି । ହେଲେ ଏପର୍ଯ୍ୟନ୍ତ ମୃତକଙ୍କ ନାମ ଠିକଣା କିମ୍ବା ଅନ୍ୟ କୌଣସି ପରିଚୟ ସ୍ପଷ୍ଟ ହୋଇପାରିନାହିଁ । ଏସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ସୁରେଶ ବେହେରାଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ ଫୋନ ଗ୍ରହଣ କରିନାହାନ୍ତି । କିନ୍ତୁ ପ୍ରାଥମିକ ସୂଚନା ଅନୁସାରେ, ମୃତକମାନଙ୍କ ମଧ୍ୟରେ ସଇଁନ୍ତଳା ଥାନା ଡୁକେରଚଚରା ଏବଂ ମୁରିବାହାଲ ଥାନା ଚନାବାହାଲ ଅଞ୍ଚଳର ପ୍ରାୟ ୬ଜଣ ଶ୍ରମିକ ରହିଥିବା ଜଣାପଡିଛି । ସମ୍ପୃକ୍ତ ଅଞ୍ଚଳରୁ ପ୍ରାୟ ୧୦ଜଣ ଶ୍ରମିକ ବେଲପଡ଼ା ଅଞ୍ଚଳର ଜଣେ ସର୍ଦ୍ଧାର ଜରିଆରେ ହାଇଦ୍ରାବାଦକୁ ଦାଦନ ଶ୍ରମିକ ଭାବରେ କାମ କରିବାକୁ ଯାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons