ଓଲଟିଲା ଟ୍ରାକ୍ଟର :ଚାଲିଗଲା ୨ ଜୀବନ

Get real time updates directly on you device, subscribe now.

ବରପାଲି,(ବି.ବି.ନୁ୍ୟଜ): ବରଗଡ଼ ଜିଲ୍ଲା ବରପାଲି ଥାନା ବିଜୟପଲ୍ଲୀ ଫାଣ୍ଡି ହଲଦୀପାଲି କେନାଲ ଛକ ନିକଟରେ ଆଜି ଅପରାହ୍ନରେ ଏକ ଟ୍ରାକ୍ଟର ଓଲଟି ପଡ଼ିଛି । ଏଥିରେ ୨ ଜଣ ଯୁବକଙ୍କ ମୃତୁ୍ୟ ଘଟିଛି । ମୃତକ ଦ୍ୱୟ ହେଲେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ଲିଙ୍ଗମାର୍ଣ୍ଣି ଗାଁର ନିଲୁ ପଧାନ (୨୮) ଓ କୁଢେ଼ରପଦର ଗାଁର ରବି ମଟାରୀ (୪୦) ।
ସୂଚନାଯୋଗ୍ୟ ଲିଙ୍ଗମାର୍ଣ୍ଣି ଗାଁର ଜଣେ ବ୍ୟକ୍ତିଙ୍କ ଏକ ଟ୍ରାକ୍ଟର (ଓଆର୍ ୦୩ଏ ୪୦୮୩)ରେ ନିଲୁ ଓ ରବି ହଲଦିପାଲି ଗାଁ ପଟକୁ ଯାଉଥିଲେ । ଏହି ସମୟରେ ଟ୍ରାକ୍ଟରଟି ହଲଦୀପାଲି କେନାଲ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ ଜମିରେ ଓଲଟି ପଡିଥିଲା । ଫଳରେ ଟ୍ରାକ୍ଟର ଡ୍ରାଇଭର ନିଲୁ ଟ୍ରାକ୍ଟର ତଲେ ଚାପି ହୋଇଯାଇଥିଲେ । ଟ୍ରଲିରେ ବସିଥିବା ରବି ମଧ୍ୟ ଟ୍ରଲିତଲେ ଚାପି ହୋଇଯାଇଥିଲେ । ନିକଟରେ ଥିବା ଲୋକମାନେ ଆସି ଉଭୟଙ୍କୁ ଗାଡ଼ିତଲୁ ଉଦ୍ଧାର କରି ବରପାଲି ଡାକ୍ତରଖାନା ପଠାଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ବରପାଲି ଥାନା ଏସ୍ଆଇ ରାଜକିଶୋର ବାରିକ ଏବଂ ବିଜୟପଲ୍ଲୀ ଫାଣ୍ଡି ଅଧିକାରୀ ସୁଦର୍ଶନ ପାଣ୍ଡେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ଏଥିସହ ଶବକୁ ପରିବାର ଲୋକଙ୍କ ସହାୟତାରେ ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons