ମହଙ୍ଗା ପଡ଼ିଲା ଝିଅକୁ ଅପହରଣ ନାଟକ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ଏକ ପାରିବାରିକ କଳହରୁ ସଂପର୍କୀୟଙ୍କ ଉପରେ ପ୍ରତିଶୋଧ ନେବାକୁ ଝିଅର ଅପହରଣ ନାଟକ କରି ବାପା ଗିରଫ । ସହଯୋଗ କରିବା ଅଭିଯୋଗରେ ଅନ୍ୟ ଜଣଙ୍କୁ ମଧ୍ୟ ଗିରଫ କରିଛି ପୁଲିସ୍ । ଏଭଳି ଅଭାବନୀୟ ଘଟଣା ରାୟଗଡ଼ା ସହରରେ ଆଜି ଚର୍ଚ୍ଚାର ବିଷୟ ହୋଇଛି । ଗିରଫ ମୁଖ୍ୟ ଅଭିଯୁକ୍ତ ହେଲେ ଦୋରା କଣ୍ଡାଗରି ଏବଂ ସହଯୋଗୀ ହେଲେ ଗଜେନ୍ଦ୍ର ହୁଇକା । ସହଯୋଗୀଙ୍କ ଘରେ ଲୁଚାଇ ରଖାଯାଇଥିବା ୩ ବର୍ଷର ଝିଅକୁ ଉଦ୍ଧାର କରିଛି ପୁଲିସ୍ । ଅଭିଯୁକ୍ତ ଦୋରା ଓ ଗଜେନ୍ଦ୍ରଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍ପି ଡ. ଶର୍ବଣା ବିବେକ ଏମ କହିଛନ୍ତି ।
ଏସ୍ପିଙ୍କ ସୂଚନା ଅନୁଯାୟୀ, ଗତ ୧୫ ତାରିଖରେ ଦୋରାଙ୍କ ମାଆ ପୁଲମା ନିଜ ୩ ବର୍ଷର ନାତୁଣୀକୁ ଅପହରଣ କରାଯାଇଥିବା ସଂପର୍କରେ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏବେ ଶିଶୁ ଅପହରଣ ପ୍ରସଙ୍ଗ ରାଜ୍ୟରେ ଚହଳ ସୃଷ୍ଟି କରିଥିବାରୁ ଏହାକୁ ଭିତ୍ତି କରି ପୁଲିସ୍ ଏକ ମାମଲା ରୁଜୁ କରିବା ସହ ତନାଘନା କରିଥିଲା । ତଦନ୍ତ ବେଳେ ଜଣାପଡିଥିଲା, ଶିଶୁଟିକୁ ନିଜ ବାପା ଦୋରା, କୁମ୍ଭିକୋଟା ଫାଣ୍ଡି ଅନ୍ତର୍ଗତ କଣବସା ଗାଁରେ ନିଜର ଜଣେ ସହଯୋଗୀଙ୍କ ଘରେ ଲୁଚାଇ ରଖିଥିଲେ । ପୁଲିସ ସେଠାରେ ପହଞ୍ଚି ପ୍ରଥମେ ଶିଶୁକୁ ଉଦ୍ଧାର କରିଥିଲା । ଆଜି ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଥିଲା । କମିଟି ଆଗାମୀ ପଦକ୍ଷପ ଗ୍ରହଣ କରିବ ବୋଲି ଆଇଆଇସି ନିହାର ରଞ୍ଜନ ପ୍ରଧାନ କହିଛନ୍ତି । ଥାନାର ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଏସ୍ପି କହିଛନ୍ତି, ଏଭଳି ନାଟକ ପଛରେ ରହିଛି ପାରିବାରିକ କଳହ । ସମ୍ପର୍କୀୟଙ୍କ ଉପରେ ରାଗ ସୁଝାଇବାକୁ ଏହି ନାଟକ ରଚିଥିଲେ ଦୋରା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons