ଓଲଟିଲା ପଥର ବୋଝେଇ ମିନି ଟ୍ରକ୍ : ଜଣେ ମୃତ

Get real time updates directly on you device, subscribe now.

ଟାଙ୍ଗୀ: ମାଙ୍କଡା ପଥର ବୋଝେଇ ମିନିଟ୍ରକ୍ ଓଲଟି ଜଣେ ମୃତ । ଅନ୍ୟ ୨ ଜଣ ଗୁରୁତର । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା କୟଥପଲ୍ଲା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକ ଜଣଙ୍କ କୁହୁଡି ଗ୍ରାମର ଚିତ୍ତରଞ୍ଜନ ପଲାଇ । ଆହତମାନଙ୍କୁ ଟାଙ୍ଗୀ ମେଡିକାଲରୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି । ଟାଙ୍ଗୀ-କୁହୁଡି ପୋଲିସ ତଦନ୍ତ କରୁଛି । ମାଙ୍କଡା ପଥର ଚୋରି କରି ପ୍ରଶାସନଠାରୁ ଖସିଯିବାକୁ ଉଦ୍ୟମ କରୁଥିଲେ । ତେଣୁ ବାଟ ଛାଡି ଅବାଟରେ ଯାଉଥିଲା ଏହି ପଥର ବୋଝେଇ ମିନିଟ୍ରକ୍ । ଖାଲଖମା ରାସ୍ତା ଯୋଗୁଁ ଟ୍ରକ୍ ଟି ଓଲଟି ପଡିଥିଲା । ମିନିଟ୍ରକ୍ ଓଲଟିବା ବେଳେ କିଛି ଶ୍ରମିକ ଗାଡିରୁ ଡେଇଁ ପଡିଥିଲେ । ମାତ୍ର ମିନିଟ୍ରକ୍ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଆଉ ୨ ଜଣ ଶ୍ରମିକଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ରିପୋର୍ଟ କମଳ ଲୋଚନ ପାଇକରାୟଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons