ଓଲଟିଲା ପିକ୍‌ଅପ୍ ଭ୍ୟାନ୍; ୩ମୃତ

Get real time updates directly on you device, subscribe now.

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡିଦେଉଳି-ବିରୁଳିଗଡ଼ ରାସ୍ତାରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ପଡ଼ିବାରୁ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୯ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ମୃତାହତଙ୍କ ଘର ଗଞ୍ଜାମ ବ୍ଳକ ଡିଆଁଡି ଗାଁରେ।ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି। ଶ୍ରମିକମାନେ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ବ୍ରହ୍ମପୁର ନିକଟସ୍ଥ ଭାବନ୍ଧସ୍ଥିତ କ୍ରସରକୁ କାମ କରିବାକୁ ଯାଉଥିଲେ। ଏହି ସମୟରେ ପିକ୍‌ଅପ୍‌ ଭ୍ୟାନ୍‌ଟି ଖଣ୍ଡିଦେଉଳି- ବିରୁଳିଗଡ଼ ରାସ୍ତା କଡ଼କୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା।
ଖବର ପାଇ ରମ୍ଭା ପୁଲିସ୍‌ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ୯ ଶ୍ରମିକଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons