ଜଳେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ଟୋଲ୍ଗେଟ୍ ନିକଟରେ ଏକ ପ୍ରବାସୀ ଶ୍ରମିକଙ୍କ ବସ୍ ଦୁର୍ଘଯଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଯଣାରେ ୪ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଜଲେଶ୍ୱର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, କେରଳରୁ ୫୦ ଜଣ ପ୍ରବାସୀ ଶ୍ରମିକଙ୍କୁ ଧରି କୋଲକାତା ପେରୁଥିବା ଏକ ବସ୍ ଆଜି (ଗୁରୁବାର) ଦିନ ପ୍ରାୟ ୧୦ଟା ସମୟରେ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ବସ୍ରେ ପାଖାପାଖି ୫୦ ଶ୍ରମିକ ଥିଲେ । ଦୁର୍ଘଯଣାରେ ୪ ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ୪୬ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
Comments are closed, but trackbacks and pingbacks are open.