ଓଲିଉଡର ଚୁଲବୁଲି ନାୟିକା ଅନୁ ଚୌଧୁରୀ

Get real time updates directly on you device, subscribe now.

ଓଲିଉଡର ଚୁଲବୁଲି ନାୟିକା ଅନୁ ଚୌଧୁରୀ । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଚରିତ୍ରରେ ରୂପେଲି ପରଦାରେ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି । କେତେବେଳେ ନାୟିକା ତ କେତେବେଳେ ବଡ଼ ଭଉଣୀ, ଭାଉଜ ଆଉ ମା’ । ନିଜର ଆଗାମୀ ଚଳଚ୍ଚିତ୍ର ‘ଅତିଥି’ରେ ସେ ଏକ ଭିନ୍ନ ଭୂମିକାରେ ନଜରରେ ଆସିବେ । ଏଥିରେ ତାଙ୍କ ସହିତ ଅଛନ୍ତି ଓଡ଼ିଆ ଟେଲି ଓ ସିନେମା ଜଗତର ଜଣାଶୁଣା ଅଭିନେତା ସୁକାନ୍ତ ରଥ । ବର୍ତ୍ତମାନ ଢେଙ୍କାନାଳରେ ଚଳଚ୍ଚିତ୍ରର ସୁଟିଂ ବ୍ୟସ୍ତ ରହିଛନ୍ତି ଅନୁ । ଚଳଚ୍ଚିତ୍ରର କାହାଣୀ ଅନୁସାରେ ତାଙ୍କ ନାଁ ରହିଛି ମୀରା । ସ୍ୱାମୀ ଓ ନିଜ ପିଲାମାନଙ୍କୁ ନେଇ ଏକ ଛୋଟ ପରିବାର । ଆଉ ତାଙ୍କ ପରିବାରକୁ ନେଇ ଚଳଚ୍ଚିତ୍ରର କାହାଣୀ ଆଗକୁ ବଢ଼ୁଛି । କିନ୍ତୁ ଆଗକୁ କ’ଣ ସବୁ ଘଟିବ ତାକୁ ଦେଖିବାକୁ ହେଲେ ପରଦାକୁ ପୂରା ଚଳଚ୍ଚିତ୍ର ଆସିଲା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ସେଥିପାଇଁ ଅନୁ କହିଛନ୍ତି, ‘ଏବେ ମୁଁ ମୋ ଚରିତ୍ର ସମ୍ପର୍କରେ କିଛି କହିବାକୁ ଚାହୁଁନି । ସବୁ କିଛି ଲୁଚାଇ ରଖୁଛି । ମୋର ଆଶା ଓ ବିଶ୍ୱାସ ଅନ୍ୟ ଚଳଚ୍ଚିତ୍ରଗୁଡ଼ିକ ପରି ଏହାକୁ ବି ଆପଣମାନେ ଅପେକ୍ଷା କରିବେ’ । ଏଥିସହ ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ତାଙ୍କ ଯୋଡ଼ି ବନିଥିବା ସୁକାନ୍ତଙ୍କ ସମ୍ପର୍କରେ ଅନୁ କହିଛନ୍ତି, ‘ସେ ଜଣେ ଭଲ ଅଭିନେତା । ତାଙ୍କ ସହ କାମ କରି ବହୁତ ଖୁସି ଅଛି । ଭାବୁଛି ଦର୍ଶକ ଆମ ମାନଙ୍କ ଅଭିନୟକୁ ନିଶ୍ଚୟ ପସନ୍ଦ କରିବେ’ । ଶେଷ ଥର ପାଇଁ ଗତବର୍ଷ ମହିଳା ଦିବସ ଉପଲକ୍ଷେ ମୁକ୍ତିଲାଭ କରିଥିଲା ତାପସ ସରଘରିଆଙ୍କ ନିଦେ୍ର୍ଧଶିତ ‘ଅନୁ ଦିନି ନଟ୍ ଆଉଟ୍’ । ସେଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅନୁ । ଏହା ଏକ ନାରୀ କୈନ୍ଦ୍ରିକ ସିନେମା ଥିଲା । ଯାହା ନାରୀ ସ୍ୱାଧୀନତା ଓ ସଶକ୍ତିକରଣକୁ ଆଧାର କରି ପ୍ରସ୍ତୁତ ହୋଇଥିଲା । ଏଥିରେ ଅନୁଙ୍କ ନାଁକୁ ଶୀର୍ଷକରେ ରଖି ତରଙ୍ଗ ସିନେ ପ୍ରଡକ୍ସନ୍ସ ଜଣେ ନାରୀର ସଂଘର୍ଷ ଓ ସଂଗ୍ରାମର କାହାଣୀକୁ ପରଦାରେ ଦେଖାଇଥିଲା । ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅନୁଙ୍କ ଲୋକପ୍ରିୟତା ଆଜି ଶିଖର ଛୁଇଁଛି । ଜଣେ ଭଲ ଅଭିନେତ୍ରୀ ଭାବେ ସେ ସଫଳତା ସାଉଁଟି ଚାଲିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons