ଦର୍ଶକ ଓଲିଉଡରେ ସୁପର୍ବୟ୍ଙ୍କୁ ଦେଖିବେ । ଆଉ ସେହି ଭୂମିକାରେ ନଜର ଆସିବେ ଓଲିଉଡି ସୁପର୍ହିରୋ ଜ୍ୟୋତି । ଏକ୍ସେଲ୍ ମୁଭିଜ୍ ଏବଂ ସାଇ ଏଣ୍ଟର୍ଟେନ୍ମେଣ୍ଟ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ସୁପର୍ବୟ’ରେ ଜ୍ୟୋତି ପ୍ରେମ୍ ଚରିତ୍ରରେ ଥିବାବେଳେ ତାଙ୍କ ବିପକ୍ଷରେ ତାନିଆ ସାଜିଛନ୍ତି ଅଭିନେତ୍ରୀ ତମନ୍ନା । ଦୁହିଁଙ୍କୁ ଚେକ୍ ଦେବାକୁ ସୁରିଆ ଭାଇ ଭୂମିକା ନିଭାଉଛନ୍ତି ଶୁଭାଶିଷ । ତାଙ୍କୁ ସାଥ୍ ଦେବାକୁ ସାଙ୍ଗରେ ଅଛନ୍ତି ପିଣ୍ଟୁ । ଫିଲ୍ମର ପ୍ରଯୋଜନା ଭାର ହାତକୁ ନେଇଛନ୍ତି ରବୀନ୍ଦ୍ରନାଥ ପଣ୍ଡା ଓ କେ. ଅନୀଶ । କାହାଣୀ, ଚିତ୍ରନାଟ୍ୟ ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି କେ. ଅନୀଶ । ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ବୈଦ୍ୟନାଥ ଦାଶ ନେଇଥିବାବେଳେ କ୍ୟାମେରା ପରିଚାଳନା ଭାର ମାହିଙ୍କ କାନ୍ଧରେ ରହିଛି ।
Comments are closed, but trackbacks and pingbacks are open.