ଓଡ଼ିଶାରେ ଖୋଲିଲା ‘ଆପଲ୍’ ଷ୍ଟୋର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ବିଶ୍ୱର ଅଗ୍ରଣୀ ସୂଚନା ପ୍ରଯୁକ୍ତି ବ୍ରାଣ୍ଡ ‘ଆପଲ୍’ ଓଡ଼ିଶାରେ ନିଜର ପ୍ରଥମ ପ୍ରିମିୟମ ଷ୍ଟୋର ‘ଆଇଡେଷ୍ଟିନି’ ଖୋଲିଛି । ଭୁବନେଶ୍ୱର ରସୁଲଗଡ଼ସ୍ଥିତ ଏସ୍ପ୍ଲାନେଡ୍ ୱାନ୍ ମଲ୍ରେ ଅବସ୍ଥିତ ଏହି ଷ୍ଟୋରକୁ ଓଲିଉଡ୍ ଅଭିନେତ୍ରୀ ଏଲିନା ସାମନ୍ତରାୟ ଉଦ୍ଘାଟନ କରିଛନ୍ତି । ଆଇଡେଷ୍ଟିନିରେ ଗ୍ରାହକମାନେ ସମସ୍ତ ପ୍ରକାର ଆଇଫୋନ୍, ମ୍ୟାକ୍ବୁକ୍, ଆପଲ୍ ୱାଚ୍ ଓ ଅନ୍ୟ ଉପକରଣର ଅଭିଜ୍ଞତା ନେଇପାରିବେ । ଏ ସମ୍ପର୍କରେ ସିଏସ୍ ଟ୍ରେଡ୍ ଲିଙ୍କ୍ର ନିର୍ଦ୍ଦେଶକ ବିଜୟ ଦୁଗର କହିଛନ୍ତି, ଭୁବନେଶ୍ୱରରେ ଏହା କମ୍ପାନିର ପ୍ରଥମ ବିକ୍ରି ପଏଣ୍ଟ ଓ ରାଜ୍ୟରେ ପ୍ରଥମ ଆପଲ୍ ରିସେଲର ଷ୍ଟୋର । ଏଠାରେ ଗ୍ରାହକ ଅନୁଭୂତିକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ନିଜର ଆକର୍ଷଣୀୟ ସେବା ଜରିଆରେ ଆଇଡେଷ୍ଟିନି ଭୁବନେଶ୍ୱର ବାସିନ୍ଦା ଓ ଏହାର ଆଖପାଖ ଅଞ୍ଚଳର ଲୋକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇପାରିବ । ଆଗାମୀ ଦିନରେ ସଂସ୍ଥା ଓଡ଼ିଶାରେ ପୁନଶ୍ଚ ନିଜର ସ୍ଥିତି ସୁଦୃଢ଼ କରି ନୂଆ ଆଇଡେଷ୍ଟିନି ଷ୍ଟୋର ଖୋଲିବାକୁ ଯୋଜନା ରଖିଥିବା ଶ୍ରୀ ଦୁଗର କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons