ଓଡ଼ିଶାରେ ୫୦ ହଜାର ଚନ୍ଦନ ଚାରା ଲଗାଯିବ

Get real time updates directly on you device, subscribe now.

ପୁରୀ, (ବି.ବି.ନ୍ୟୁଜ୍): ପରିବେଶବିତ୍ ମହେନ୍ଦ୍ର ଘାଘେ ଓଡ଼ିଶାରେ ୫୦ ହଜାର ଚନ୍ଦନ ଚାରା ଲଗାଇବେ । ଶ୍ରୀଜଗନ୍ନାଥ ମନ୍ଦିର ସିଂହଦ୍ୱାରରେ ସେ ଏହି ଚାରାରୋପଣ କାର୍ଯ୍ୟର ଶୁଭାରମ୍ଭ କରି ଅନେକଙ୍କୁ ଚନ୍ଦନ ଚାରା ଓ ମଞ୍ଜି ବଣ୍ଟନ କରିଛନ୍ତି । ସେ କହିଛନ୍ତି, ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ଅଙ୍ଗରେ ଚନ୍ଦନ ଲାଗି ହେଉଥିବାରୁ ଏହା ନିଶ୍ଚିତ ଦୁର୍ଲଭ ପଦାର୍ଥ । ସନାତନ ହିନ୍ଦୁ ଧର୍ମାବଲମ୍ବୀମାନେ ପୂଜା କରୁଥିବା ସମସ୍ତ ଦେବାଦେବୀଙ୍କ ମସ୍ତକରେ ଚନ୍ଦନ ରୁହେ । ଦୁର୍ମୂଲ୍ୟ ଚନ୍ଦନ ବୃକ୍ଷ ଖୁବ୍ ପବିତ୍ର, ସୁବାଶିତ ଏବଂ ଔଷଧୀୟ । ଯେଉଁ ପରିବେଶରେ ଏହି ଗଛ ରହିଥାଏ ସେହି ଜଳବାୟୁକୁ ସୁବାସିତ ଓ ସୁନ୍ଦର କରିଦିଏ ।
ପୁଣେ ଓ ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ସହାୟତାରେ ଏହି ଅଭିନବ ପ୍ରୟାସକୁ ସାକାର କରିବ ନିମନ୍ତେ ମହେନ୍ଦ୍ର ଘାଘେ ପଦକ୍ଷେପ ନେଇଛନ୍ତି । ୪ର୍ଥ ଶ୍ରେଣୀ ପାଠପଢ଼ି ଥିବା ଶ୍ରୀ ଘାଘେ ମହାରାଷ୍ଟ୍ରର ୨୫ଟି ଜେଲ୍ରେ ବହୁ ସଂଖ୍ୟାରେ ଚନ୍ଦନ ଗଛ ରୋପଣ କରି ଖୁବ୍ ଆଦର ପାଇଛନ୍ତି । ସେ ୪ ବିଶ୍ୱବିଦ୍ୟାଳୟର ପରାମର୍ଶଦାତା ରହି ଏହି ବୃକ୍ଷକୁ ଅନ୍ୟ ସ୍ଥାନରେ ପୋତିବାକୁ ମଧ୍ୟ ସେ ଅନେକ ପଦକ୍ଷେପ ନେଇଛନ୍ତି । ଏଭଳି ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ତାଙ୍କୁ ରବିବାର ଓଡ଼ିଶା ଇଣ୍ଟର ନ୍ୟାସନାଲ ସେଣ୍ଟର ପକ୍ଷରୁ ଭାରତୀୟ ବିଦ୍ୟାଭବନ ଠାରେ ‘ବୃକ୍ଷରତ୍ନ ସମ୍ମାନ’ ପ୍ରଦାନ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons