ଓଡ଼ିଶା ଜନସଂଖ୍ୟା:୨୦୪୧ ସୁଦ୍ଧା ଟପିଯିବ ୫ କୋଟି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ୨୦୧୧ରେ ଓଡ଼ିଶାର ଜନସଂଖ୍ୟା ଥିଲା ୪ କୋଟି ୨୦ ଲକ୍ଷ । ୫ ବର୍ଷ ମଧ୍ୟରେ ଏହା ୧୮ ଲକ୍ଷ ବଢ଼ି ୪ କୋଟି ୩୮ ଲକ୍ଷ ଛୁଇଁଛି । ଆଗାମୀ ୨୫ ବର୍ଷ ମଧ୍ୟରେ ରାଜ୍ୟର ଜନସଂଖ୍ୟା ଆହୁରି ୬୩ ଲକ୍ଷ ବଢ଼ିଯିବ । ୫ କୋଟି ୧ ଲକ୍ଷ ହେବ ।
କେନ୍ଦ୍ର ସରକାର ୨୦୧୮-୧୯ ବର୍ଷପାଇଁପ୍ରସ୍ତୁତ କରିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏଭଳି ତଥ୍ୟ ଉପସ୍ଥାପନ କରିଛନ୍ତି ।
ସର୍ଭେ ରିପୋର୍ଟପୁନଶ୍ଚ ଦର୍ଶାଇଛି, ଏ ଅବଧିରେ ରାଜ୍ୟରେ କିଶୋର ବର୍ଗ (୦ରୁ ୧୯ ବର୍ଷ ବୟସ)ଙ୍କ ସଂଖ୍ୟା ୩୨% କମିଯିବ । ଯୁବ ବର୍ଗ (୨୦ରୁ ୫୯ ବର୍ଷ ବୟସ)ଙ୍କ ସଂଖ୍ୟା ୧୦% ବଢ଼ିବ । କିନ୍ତୁ ବୟସ୍କ ବର୍ଗ (୬୦ ବର୍ଷରୁ ଊଦ୍ଧ୍ୱର୍)ଙ୍କ ସଂଖ୍ୟା ୧୦୭% ବୃଦ୍ଧିହେବ ଅର୍ଥାତ୍ ଦି’ଗୁଣା ଡେଇଁଯିବ ।
ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ, ୨୦୦୧ରୁ ୨୦୧୧ ମଧ୍ୟରେ ଓଡ଼ିଶାର ଜନସଂଖ୍ୟା ଅଭିବୃଦ୍ଧି ହାର ବାର୍ଷିକ ୧.୪୦% ଥିଲା । ୨୦୧୧-୨୧ରେ ରାଜ୍ୟର ଜନସଂଖ୍ୟା ଅଭିବୃଦ୍ଧି ହାର ହ୍ରାସ ବାର୍ଷିକ ୦.୮୨% ଓ ୨୦୨୧-୩୧ରେ ୦.୬୩% ହେବ । ୨୦୩୧-୪୧ ଅବଧିରେ ଓଡ଼ିଶାର ଜନସଂଖ୍ୟା ଅଭିବୃଦ୍ଧି ହାର ୨୦୦୧-୧୧ ତୁଳନାରେପ୍ରାୟ ୭୩% ଖସି ୦.୩୮%କୁ ଖସିଆସିବ । ଏହାସତ୍ତେ୍ୱ ରାଜ୍ୟର ଲୋକସଂଖ୍ୟା ୫ କୋଟି ୧ ଲକ୍ଷରେପହଞ୍ଚିବ ବୋଲି ଏଥିରେ କୁହାଯାଇଛି ।
୨୦୧୧ରେ ଓଡ଼ିଶାର ମୋଟ୍ ଜନସଂଖ୍ୟାରେ କିଶୋରଙ୍କ ସଂଖ୍ୟା ଥିଲା ୩୮.୨% ବା ୧ କୋଟି ୬୦ ଲକ୍ଷ । ସେତେବେଳେ ରାଜ୍ୟର ୫୨.୩ଧ ବା ୨ କୋଟି ୧୯ ଲକ୍ଷ ଲୋକଙ୍କ ବୟସ ୨୦ରୁ ୫୯ ବର୍ଷ ମଧ୍ୟରେ ଥିଲା । ସେହିଭଳି ମାତ୍ର ୪୦ ଲକ୍ଷ (୯.%) ବୟସ୍କ ବ୍ୟକ୍ତି ଥିଲେ, ଯେଉଁମାନଙ୍କର ବୟସ ୬୦ ବର୍ଷରୁ ଅଧିକ ଥିଲା ।
କିନ୍ତୁ ରିପୋର୍ଟ କହୁଛି, ୨୦୨୧ ବେଳକୁ ରାଜ୍ୟର କିଶୋର ବର୍ଗଙ୍କ ସଂଖ୍ୟା ହ୍ରାସ ଘଟି ମୋଟ୍ ଜନସଂଖ୍ୟାର ୩୨.୬% ବା ୧ କୋଟି ୪୮ ଲକ୍ଷ ଛୁଇଁବ । ସେହିଭଳି ୨୦୩୧ ଓ ୨୦୪୧ରେ କିଶୋରଙ୍କ ସଂଖ୍ୟାପୁନଶ୍ଚ ଖସି ଯଥାକ୍ରମେ ୧ କୋଟି ୩୭ ଲକ୍ଷ (୨୮.୩%) ଓ ୧ କୋଟି ୩୧ ଲକ୍ଷ (୨୬.୧%) ହେବ ।
ସେହିଭଳି ଏ ୩୦ ବର୍ଷରେ ଓଡ଼ିଶାରେ ୫ରୁ ୧୪ ବର୍ଷ ବୟସ୍କଙ୍କ ସଂଖ୍ୟା ୧୦.୪୩ଧ କମିଯିବ । ୨୦୧୧ରେ ରାଜ୍ୟରେ ୮୪.୫ ଲକ୍ଷ ଜଣ ୫-୧୪ ବର୍ଷ ବୟସ ବର୍ଗରେ ଥିଲେ । ୨୦୨୧ ବେଳକୁ ଏ ବର୍ଗଙ୍କ ସଂଖ୍ୟା ୭୮.୩ ଲକ୍ଷକୁ କମିବାକୁ ଥିବା ବେଳେ ୨୦୩୧ରେ ୭୩.୭ ଲକ୍ଷକୁ ହ୍ରାସ ଘଟିବ । ୨୦୪୧ରେ ଏହି ବୟସ ବର୍ଗଙ୍କ ସଂଖ୍ୟାପୁଣି ଖସି ୬୬ ଲକ୍ଷ ଛୁଇଁବ ବୋଲି କୁହାଯାଇଛି ।
ଅପରପକ୍ଷରେ ୨୦୧୧ରୁ ୨୦୪୧ର ୩୦ ବର୍ଷ ମଧ୍ୟରେ ଯୁବ ବର୍ଗଙ୍କ ସଂଖ୍ୟା ୧୦% ବଢ଼ିଯିବ । ୨୦୧୧ରେ ୫୨% ଅଂଶୀଦାର ଥିବା ଯୁବ ବର୍ଗଙ୍କ ସଂଖ୍ୟା ୨୦୪୧ରେ ୧୦% ବଢ଼ି ମୋଟ୍ ଜନସଂଖ୍ୟାର ୫୭.୩% ହୋଇଯିବ । ୨୦୨୧ରେ ୨୦ରୁ ୫୯ ବର୍ଷ ବୟସ ବର୍ଗଙ୍କ ସଂଖ୍ୟା ବୃଦ୍ଧି ଘଟି ୨ କୋଟି ୫୭ ଲକ୍ଷ ହେବାକୁ ଥିବା ବେଳେ ୨୦୩୧ ଓ ୨୦୪୧ରେ ଯଥାକ୍ରମେ ୨ କୋଟି ୮୧ ଲକ୍ଷ ଓ ୨ କୋଟି ୮୭ ଲକ୍ଷରେପହଞ୍ଚିଯିବ ।
କିନ୍ତୁ ଚିନ୍ତାର ବିଷୟ ହେଉଛି, ୨୦୪୧ ବେଳକୁ ଓଡ଼ିଶାର ବୟସ୍କଙ୍କ ସଂଖ୍ୟା ଦି’ଗୁଣରୁ ଅଧିକ ହୋଇଯିବ । ୨୦୧୧ରେ ମାତ୍ର ୯.୫% ଅଂଶୀଦାର ଥିବା ବୟସ୍କ ୩୦ ବର୍ଷ ଭିତରେ ଜନସଂଖ୍ୟାର ୧୬.୬ଧ ଅଂଶୀଦାର ହୋଇଯିବେ । ୨୦୧୧ରେ ବୟସ୍କଙ୍କ ସଂଖ୍ୟା ୪୦ ଲକ୍ଷ ଥିଲା ବେଳେ ୨୦୨୧, ୨୦୩୧ ଓ ୨୦୪୧ରେ ଏହା ଯଥାକ୍ରମେ ୪୯ ଲକ୍ଷ, ୬୫ ଲକ୍ଷ ଓ ୮୩ ଲକ୍ଷ ହୋଇଯିବ ବୋଲି ଅର୍ଥନୈତିକ ସର୍ଭେରେ ସରକାର ଆକଳନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons