ଭୁବନେଶ୍ୱର,(ବି.ବି.ବ୍ୟୁରୋ):ରେନୋ ଭୁବନେଶ୍ୱର ନର୍ଥରେ ନୂଆ ଡଷ୍ଟରର ଉନ୍ମୋଚନ କରାଯାଇଛି । ନୂତନ ଡଷ୍ଟରରେ ଅଟୋ ନିର୍ମାତା ରେନୋ ୨୫ଟି ନୂଆ ବୈଶିଷ୍ଟ୍ୟ ଏବଂ ପ୍ରଯୁକ୍ତି ସାମିଲ କରିଛି । ମଡେଲର ଇଣ୍ଟେରିୟର ଏବଂ ଏକ୍ସଟେରିୟର ଆକର୍ଷଣୀୟ ରହିଛି । ଏହାର ମୂଲ୍ୟ ୭,୯୯,୯୯୦ ଟଙ୍କାରୁ ଆରମ୍ଭ । ପେଟ୍ରୋଲ ସିଭିଟିର ମୂଲ୍ୟ ୯,୯୯,୯୯୦ ଟଙ୍କା ଏବଂ ଡିଜେଲ ଏଡବ୍ଲ୍ୟୁଡିର ମୂଲ୍ୟ ୧୨,୪୯,୯୯୦ ଟଙ୍କା ରହିଛି । କ୍ୟାସପିଆନ୍ ବ୍ଲୁ ଏବଂ ମାହୋଗାନି ବ୍ରାଉନ୍ ଏହି ଦୁଇ ନୂଆ ଏକ୍ସଟେରିୟର କଲରରେ ଏହା ଆସୁଛି । ମିଡ୍ନାଇଟ୍ ବ୍ଲାକ୍ ଇଣ୍ଟେରିୟର ଗାଡିକୁ ନୂଆ ଲୁକ୍ ପ୍ରଦାନ କରୁଛି । ଏଥିରେ ୧୭.୬୪ ଇଞ୍ଚର ମଲ୍ଟିମିଡିଆ ଟଚ୍ ସ୍କ୍ରିନ୍, ଆପଲ କାର୍ ପ୍ଲେ, ଆଣ୍ଡ୍ରଏଡ୍ ଅଟୋ, ଭଏସ୍ ରିକଗ୍ନିସନ୍, ଇକୋ ଗାଇଡ୍ ଏବଂ କଷ୍ଟ ଅଫ୍ ମେଣ୍ଟେନାନ୍ସକୁ ଗୁରୁତ୍ୱ ଦିଆଯାଇଛି । ବଜାର ପ୍ରବେଶ ଅବସରରେ ସୋ’ରୁମ୍ର ସ୍ୱତ୍ୱାଧିକାରୀ ବିଶାଳ ଧୱନ ଏବଂ ମୁଖ୍ୟ ଅତିଥି ଭାବେ ଏସ୍ବିଆଇ(ପିବିବିୟୁ)ର ଡିଜିଏମ୍ ରବିନ୍ଦର କୁମାର ତ୍ରିବେଦି ଯୋଗ ଦେଇଥିଲେ ।
Comments are closed, but trackbacks and pingbacks are open.