‘ଓଡ଼ିଶା ମଡେଲ’ରେ ହେବ ମୁକାବିଲା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଗୁଜରାଟକୁ ସାମୁଦ୍ରିକ ବାତ୍ୟା ‘ବାୟୁ’ ମାଡ଼ି ଆସୁଛି । ଗୁଜରାଟ ସରକାର ଏ ବାତ୍ୟା ମୁକାବିଲା ନେଇ ଚିନ୍ତାରେ ପଡ଼ିଥିଲାବେଳେ ଓଡ଼ିଶା ସରକାରଙ୍କ ପରାମର୍ଶ ଲୋଡ଼ିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଉଦାହରଣ ସୃଷ୍ଟି କରିଥିବା ଓଡ଼ିଶା ମଡେଲକୁ ଅନୁକରଣ କରିବ ଗୁଜରାଟ । ଗୁଜରାଟ ମୁଖ୍ୟ ଶାସନ ସଚିବ ଜେ. ଏନ ସିଂହ ଏ ନେଇ ଓଡ଼ିଶା ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହ ଟେଲିଫୋନରେ ଆଲୋଚନା କରିଛନ୍ତି । ‘ଫୋନି’ ମୁକାବିଲାର ଅଭିଜ୍ଞତା ସଂପର୍କରେ ଶ୍ରୀ ପାଢ଼ୀ ସୂଚନା ଦେବା ସହ ମୁକାବିଲାର ମନ୍ତ୍ର ଅବଗତ କରାଇଛନ୍ତି ।
‘ଫୋନି’ ମୁକାବିଲାର କୌଶଳକୁ ଗୁଜରାଟ ସରକାର ବିନିଯୋଗ କରିବେ । ଓଡ଼ିଶା ସରକାର ଆଗୁଆ କିଭଳି ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ ସେ ନେଇ ଶ୍ରୀ ସିଂହ ଆଲୋଚନା କରିଥିଲେ । ଉଲ୍ଲେଖଯୋଗ୍ୟ, ‘ତିତଲି’ ଓ ‘ଫୋନି’ ମୁକାବିଲା ନେଇ ଓଡ଼ିଶା ସରକାରଙ୍କ ଅଭିଜ୍ଞତା ନେଇ ଶ୍ରୀ ପାଢ଼ୀ ଗୁଜରାଟ ସରକାରଙ୍କୁ ଅବଗତ କରାଇଥିଲେ । ଓଡ଼ିଶା ସରକାରଙ୍କ ସଫଳ ମୁକାବିଲା ଓ ଆଗୁଆ ସତର୍କତା କାରଣରୁ ଧନଜୀବନ କ୍ଷୟକ୍ଷତି ବହୁ ପରିମାଣରେ କମିଥିଲା । ଗୁଜରାଟ ସରକାର ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ରିଲିଫ ଓ ପୁନରୁଦ୍ଧାର ପାଇଁ ପୂଣ୍ଣ ର୍ ପ୍ରସ୍ତୁତ ରହିବାକୁ ଶ୍ରୀ ପାଢ଼ୀ ପରାମର୍ଶ ଦେଇଛନ୍ତି । ‘ଫୋନି’ ପୂର୍ବରୁ ବହୁ କମ ସମୟରେ ଓଡ଼ିଶା ସରକାର ପ୍ରାୟ ୧୦ ଲକ୍ଷରୁ ଉଧ୍ୱର୍ ଲୋକଙ୍କୁ ସ୍ଥାନାନ୍ତର କରି ରେକର୍ଡ ସୃଷ୍ଟି କରିଥିଲେ । ‘ଫୋନି’ର ସଫଳ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଓ ବିଦେଶୀ ଗଣମାଧ୍ୟମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons