କଂକ୍ରିଟ ପିଲର ତଳେ ଚାପି ହୋଇଗଲେ ଶ୍ରମିକ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ଅଙ୍ଗାଗଡ଼ିଆ ନିକଟରେ ଚାଲିଥିବା ନିର୍ମାରାଧୀନ ବ୍ରିଜ୍ରେ ଅଘଟଣ ଘଟିଛି । କଂକ୍ରିଟ୍ ବିମ୍ ତଳେ ଚାପିହୋଇ ଜଣେ ଶ୍ରମିକଙ୍କ ମୃତୁ୍ୟ ଘଟିଛି । ମୃତ ଶ୍ରମିକକ ହେଲେ ସୋନା ସୋରେନ । ତାଙ୍କ ଘର ଟେଲଙ୍ଗାସାହି ବୁଲନବସାରେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ସୋନା ଏକ ଟ୍ରାକ୍ଟରରେ ଏକ କଂକ୍ରିଟ ପିଲରକୁ ନେଇ ଅନ୍ୟ ସ୍ଥାନକୁ ଯାଉଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଶ୍ରମିକଜଣକ ପିଲର ତଳେ ଚାପି ହୋଇ ଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ୍ୟ ଘଟିଥିଲା । ତେବେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲା । ସହଦେବଖୁଣ୍ଟା ପୋଲିସ ଓ ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons