ମୋହନା, (ବି.ବି.ନୁ୍ୟଜ୍): ଗତ ସାଧାରଣ ନିର୍ବାଚନ ପରେ ଗଜପତି ଜିଲ୍ଲାରେ କଂଗ୍ରେସ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ନିର୍ବାଚନ ସରିବାର ପାଞ୍ଚମାସ ମଧ୍ୟରେ କଂଗ୍ରେସର ବହୁ ନେତା ଓ କର୍ମୀ ବିଜେଡିରେ ସାମିଲ ହେବା ଘଟଣା କଂଗ୍ରେସକୁ ସମାଲୋଚନା ହେବାକୁ ପଡ଼ିଥିଲା । ଏବେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଗଜପତି ଜିଲ୍ଲା ସଂଗଠନର ମଙ୍ଗ ଧରିବା ପରେ କଡ଼ଲେଉଟାଇବା ସମ୍ଭାବନା ସୃଷ୍ଟି ହୋଇଛି । ରବିବାର ବିଧାୟକ ରମେଶ ଜେନା ପାରଳାଖେମୁଣ୍ଡି ଗସ୍ତରେ ଯାଇ ସଂଗଠନକୁ ସଜାଡ଼ିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେଡି ମହିଳା ସଂଗଠନର ଜିଲ୍ଲା ସଭାନେତ୍ରୀ କଂଗ୍ରେସ ବିଧାୟକଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧନା କରିବା ଘଟଣା ପୁଣି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଜିଲ୍ଲା ବିଜେଡି ସଭାନେତ୍ରୀ ନର୍ମଦା ଦଳାଇ ଗଜପତି ଜିଲ୍ଲା ପ୍ରଭାରୀ ରମେଶ ଜେନା ଓ ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଛନ୍ତି ।
ରବିବାର ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା କଂଗ୍ରେସର ବୈଠକ ରହିଥିବା ବେଳେ ସଂଗଠନର ସ୍ଥିତି ପରକ୍ଷୀବାକୁ ଆସିଥିଲେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା । ତାଙ୍କୁ ଜିଲ୍ଲା ଓ ବ୍ଲକ୍ କଂଗ୍ରେସର ବହୁ ବରିÂ ନେତା ଓ କର୍ମୀ ଲୁହାଗଡ଼ିରୁ ଭବ୍ୟ ସ୍ୱାଗତ ଜଣାଇଥିଲେ । ଏହାପରେ ସେ, ଚନ୍ଦ୍ରଗିରିରେ ପହଞ୍ଚôବା ପରେ ସେଠାରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ସମସ୍ତ ୱାର୍ଡ ସଭ୍ୟ, ଗ୍ରାମ୍ୟ କମିଟି, ମନ୍ଦିର କମିଟି ଓ ମହିଳା ସଂଘ ସ୍ୱାଗତ ଜଣାଇବା ସହ ଏକ ବିରାଟ ପଟୁଆରରେ ବଜାର ପରିକ୍ରମା କରିଥିଲେ । ତାଙ୍କସହ ଉପସ୍ଥିତ ଥିଲେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ । ଏହାପରେ ନିର୍ମାଣଧିନ ଜଗନ୍ନାଥ ମନ୍ଦିରର ଉନ୍ନତିକରଣ ତଥା ଗାଁର ବିକାଶ ପାଇଁ ବିଧାୟକ ରମେଶଙ୍କୁ ଜଣାଇଥିଲେ ଗ୍ରାମବାସୀ । ତେବେ ଚନ୍ଦ୍ରଗିରି ସରପଞ୍ଚ ତଥା ଗଜପତି ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ନର୍ମଦା ଦଳାଇ ଦୁଇ କଂଗ୍ରେସ ବିଧାୟକ ରମେଶ ଜେନା ଓ ଦାଶରଥୀଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ । ରାଜ୍ୟରେ ଉଭୟ ଦଳ ମଧ୍ୟରେ ଛକାପଞ୍ଝା ଜାରି ରହିଥିବା ବେଳେ ଏହି ଘଟଣାକୁ ଜନସାଧାରଣଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।
ନର୍ମଦା ରାଜନୀତି ଆରମ୍ଭରୁ କଂଗ୍ରେସ ଦଳରେ ରହିଥିବାବେଳେ ଥରେ କଂଗ୍ରେସ ଟିକେଟରେ ଜିଲ୍ଲା ପରିଷଦ ସଭ୍ୟଭାବେ ନିର୍ବାଚିତ ହୋଇଥିଲେ । ଏଥିସହ ଅନେକଥର ସମିତିସଭ୍ୟ ଥିବା ସହ ବର୍ତ୍ତମାନ ଚନ୍ଦ୍ରଗିରିର ସରପଞ୍ଚ ଅଛନ୍ତି । ୨୦୧୪ ସାଧାରଣ ନିର୍ବାଚନ ପରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି । ଏଭଳି ସ୍ଥିତିରେ ବର୍ତ୍ତମାନର କଂଗ୍ରେସର ଦୁଇ ବିଧାୟକଙ୍କୁ ସ୍ୱାଗତ କରି ପୁଣି ନର୍ମଦା କଂଗ୍ରେସକୁ ଫେରୁଛନ୍ତି କି ବୋଲି ଚର୍ଚ୍ଚା ଜୋର୍ ଧରିଛି । ତେବେ ଏ ସମ୍ପର୍କରେ ନର୍ମଦା ଦଳାଇଙ୍କୁ ପଚାରିବାରୁ ରମେଶଙ୍କ ସହ ଅନେକ ବର୍ଷରୁ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଥିବା ବେଳେ ସେ ମୋ ସାନଭାଇ ଭଳି, ମୁଁ ସ୍ଥାନୀୟ ସରପଞ୍ଚ ଭାବେ ତାଙ୍କୁ ସ୍ୱାଗତ କରିବା ସହ ଗ୍ରାମର ଏବଂ ମନ୍ଦିରର ବିକାଶ ପାଇଁ ଗ୍ରାମବାସୀ ତଥା ପଞ୍ଚାୟତ ପ୍ରତିନିଧିଙ୍କ ସହ ରମେଶଙ୍କ ସହ ଆଲୋଚନା କରିଥିବା କଥା କହିଛନ୍ତି । ଏଥିରେ କୌଣସି ରାଜନୀତି ନଥିବା ବେଳେ ସେ ବିଜେଡି ଛାଡ଼ି କୌଣସି ଦଳରେ ଯୋଗ ଦେବାର ନାହିଁ ବୋଲି ନର୍ମଦା ସ୍ୱଷ୍ଟ କରିଛନ୍ତି ।
Comments are closed, but trackbacks and pingbacks are open.