କକାଙ୍କ ପରିବାରଙ୍କୁ ପିଉଥିଲେ ମଳମୂତ୍ର ମିଶ୍ରିତ ପାଣି

Get real time updates directly on you device, subscribe now.

ଝାରସୁଗୁଡା: ଏ କି ପ୍ରକାର ଶତ୍ରୁତା । ଶତ୍ରୁତା ଯୋଗୁଁ କରିଥିଲେ ଏପରି ହୀନ ଆଚରଣ କରିଥିଲେ । ଶତ୍ରୁତା ବି କିଭଳି। ଶତ୍ରୁତା ଆଚରଣ କରି କକା ଓ ପରିବାରକୁ ୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ମଳମୂତ୍ର ମିଶ୍ରିତ ପାଣି ପିଆଉଥିଲେ ।
ଏହିଭଳି ଏକ ଘଟଣା ଲୋକଲୋଚନକୁ ଆସିବା ପରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।ଲଖନପୁର ବ୍ଲକ ଧୁଲୁଣ୍ଡା ଗାଁ ରେ ରହୁଥିବା ଥଣ୍ଡାରାମ ବେହେରା ଙ୍କ ପରିବାର ର ତାଙ୍କ ପୁତୁରା ମାନଙ୍କ ପରିବାର ସହ ଜମିବାଡ଼ି ଓ ଅନ୍ୟାନ୍ୟ ପାରିବାରିକ ବିବାଦ ଯୋଗୁଁ ପୁତୁରା ମାନେ ଥଣ୍ଡାରାମ ଙ୍କ ଘରେ ରହିଥିବା ଏକ ଗଭୀର ନଳକୂପରେ ୫ଫୁଟ ତଳୁ ଖୋଳି ନିଜ ଘର ପାଇଖାନାରୁ ନିର୍ଗତ ମଳମୂତ୍ର ମିଶା ପାଣିକୁ ଛାଡିଥିଲେ । ପ୍ରାୟ ୫ ବର୍ଷ ତଳେ ସେହି ନଳକୂପରୁ ଦୁର୍ଗନ୍ଧ ଯୁକ୍ତ ପାଣି ବାହାରିବାରୁ ଥଣ୍ଡାରାମ ଙ୍କ ପରିବାର ପାଣି ବ୍ୟବହାର ବନ୍ଦ କରିଥିଲେ।
କିଛି ଦିନ ପରେ ପୁଣି ସେମାନେ ପାଣିକୁ ବ୍ୟବହାର ଆରମ୍ଭ କରିଥିଲେ।କିନ୍ତୁ ଗତସପ୍ତାହ ରେ ନଳକୂପରୁ ବାହାରୁଥିବା ପାଣି ଅଧିକ ଦୁର୍ଗନ୍ଧ ହେବାରୁ ପରିବାର ପକ୍ଷରୁ କଣ୍ଢେଇକେଲା ଫାଣ୍ଡିରେ ଦ୍ୱାରସ୍ଥ ହୋଇଥିଲେ। କଣ୍ଢେଇକେଲା ପୋଲିସ ଘଟଣା ର ତଦନ୍ତ କରିବା ସମୟରେ ନାଳକୂପକୁ ଖୋଳିବା ପରେ ନାଳକୂପର କେସିଙ୍ଗ ପାଇପ କାଟି ପାଇଖାନା ପାଇପକୁ ଯୋଡ଼ା ଯାଇଥିବା ଜଣା ପଡିଥିଲା । ପୋଲିସ ଏହି ଘଟଣାରେ ଦୁଇ ପୁତୁରା ଗୁରୁଦେବ ବେହେରା ଓ ସ୍ବପ୍ନେଶ୍ୱର ବେହେରାଙ୍କୁ ଗିରଫ କରିଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରେଙ୍ଗାଲୀ ଥାନା ଆଇଆଇସି ସାରଂଗଧର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons