କଟକଣା ନ ମାନିଲେ ଶଟ୍ଡାଉନ୍ ହେବ ଜିଲ୍ଲା: ଜିଲ୍ଲାପାଳ

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ନୁ୍ୟଜ୍): ୧୫କରୋନା ଆକ୍ରାନ୍ତ ଚିହ୍ନଟ ପରେ ମଧ୍ୟ ଲୋକେ ସାମାଜିକ ଦୂରତ୍ୱ ମାନୁ ନାହାନ୍ତି । ଦୋକାନ ବଜାରରେ ଅଯଥା ଗହଳି କରୁଛନ୍ତି । ଲକ୍ଡାଉନ୍ ନିୟମ ନ ମାନିଲେ ବାଧ୍ୟ ହୋଇ ଜିଲ୍ଲାକୁ ଶଟ୍ଡାଉନ୍ ଘୋଷଣା କରାଯିବ ବୋଲି କହିଛନ୍ତି ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି । ବିଶେଷ କରି ଅନୁଗୁଳ ପୌରପାଳିକା ଅଞ୍ଚଳରେ ଲୋକ ସାମାଜିକ ଦୂରତାକୁ ମାନୁନଥିବା କହିଛନ୍ତି । ଲୋକମାନେ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ବଜାୟ ରଖିନ୍ତୁ । ନଚେତ ଜିଲ୍ଲାକୁ ଶଟ୍ଡାଉନ୍ ଘୋଷଣା କରାଯିବ ବୋଲି ସତର୍କ କରାିଦେଇଛନ୍ତି ଜିଲ୍ଲାପାଳ । ଳୋକଙ୍କ ସୁବିଧା ପାଇଁ ସକାଳ ୭ରୁ ଦିନ ୨ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲାରହୁଥିଲେ ମଧ୍ୟ ବିଭିନ୍ନ ଦୋକାନ ବଜାର ଭିଡ଼ ରହୁଛି । ଜିଲ୍ଲାରେ ଚିହ୍ନଟ ହୋଇଥିବା ସମସ୍ତ ୧୫ ଆକ୍ରାନ୍ତଙ୍କୁ ତାଳଚେରସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ପାଖାପାଖି ୮୦୦ ପ୍ରବାସୀ ଓଡ଼ିଆ ଅନୁଗୁଳ ଜିଲ୍ଲାକୁ ବିଭିନ୍ନ ରାଜ୍ୟରୁ ଆସିଲେଣି । ସେମାନଙ୍କୁ ପଞ୍ଚାୟତସ୍ତରରେ ଥିବା ବିଭିନ୍ନ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି । ସବୁ କ୍ୱାରେଣ୍ଟାଇନ୍ ଅଞ୍ଚଳ ସହ ଏହାର ଚତୁପାଶ୍ୱର୍ର ୧୦୦ ମିଟର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons