କଟକରେ ବଜାଜ ଅଟୋର ନୂଆ ସୋ’ରୁମ୍ ଅର୍ମାନ ମୋଟସ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ):ବଜାଜ ଅଟୋ ପକ୍ଷରୁ ଏହାର ବାଣିଜ୍ୟିକ ଯାନଗୁଡିକ ପାଇଁ କଟକରେ ନୂଆ ସୋ’ରୁମ୍ ଏମ୍/ଏସ୍ ଅର୍ମାନ ମୋଟର୍ସ ଖୋଲିଯାଇଛି । ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଓଡ଼ିଶା)ର ଉପ-ମହାପ୍ରବନ୍ଧକ ଆର୍. ଏଲ୍. ମୀନା ଏହାର ଉଦ୍ଘାଟନ କରିଥିଲେ । ମଧୁପାଟଣାଠାରେ ଏହି ସୋ’ରୁମ୍ର ଉଦ୍ଘାଟନ କରାଯାଇଛି । ନେତାଜି ନଗରରେ ଏହାର ୱାର୍କସପ୍ ରହିଛି ।
ଉଦ୍ଘାଟନୀ ଅବସରରେ ଗ୍ରାହକଙ୍କୁ ବଜାଜ ୩ଡବ୍ଲ୍ୟୁ ଏବଂ ବଜାର କ୍ୟୁଟ୍ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅର୍ମାନ ମୋଟର୍ସର ସ୍ୱତ୍ୱାଧିକାରୀ ସୁକଦେବ ମହାରଣା, ନିର୍ଦ୍ଦେଶକ ସୁଶାନ୍ତ କୁମାର ମହାରଣା, ବଜାଜ ଅଟୋର ରିଜିଓନାଲ ମ୍ୟାନେଜର(ବିକ୍ରି) ହରୀଶ କୌଶିକ, ଏରିଆ ସେଲ୍ସ ମ୍ୟାନେଜର ଅନନ୍ତ ପଣ୍ଡା ଏବଂ ଏରିଆ ସର୍ଭିସ ମ୍ୟାନେଜର ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons