କଟକରେ ହାଇ ପ୍ରୋଫାଇଲ ବାହାଘର: ଆୟୋଜକଙ୍କ କଥା ଏବଂ ଏହି ଦୃଶ୍ୟ ମଧ୍ୟରେ ରହୁ ନାହିଁ ତାଳମେଳ

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): ସାମାଜିକ ଦୂରତାଠାରୁ ବହୁ ଦୂରରେ ଏମାନେ । ଦେଶ ତମାମ ଲକ୍ଡାଉନ୍ । କିନ୍ତୁ ତା ଭିତରେ ବି ହେଲା ବାହାଘର । ବିଲ୍କୁଲ୍ ପାରମ୍ପରିକ ରୀତି ନୀତି ଅନୁସାରେ ବରକନ୍ୟା ବେଦୀରେ ବସିଲେ ଏବଂ ଜ୍ଞାନ୍ତି କୁଟୁମ୍ବଙ୍କ ଉପସ୍ଥିତିରେ ମଧ୍ୟ ବାହାଘର ସମ୍ପୂର୍ଣ୍ଣ ହୋଇଛି । ଏହା ସହିତ ଭୋଜିଭାତର ମଧ୍ୟ ଆୟୋଜନ ବି ହୋଇଥିଲା । ବିଶେଷ କତା ହେଉଛି ଏହି ବାହାଘରରେ ସାମିଲ ହୋଇଥିଲେ ରାଜ୍ୟର କିଛି ବରିÂ ରାଜନେତା । ତେବେ ସରକାରୀ ନୀତି ନିୟମ ମୂତାବକ ସବୁକିଛି ହୋଇଛି ବୋଲି ସଫେଇ ଦେଇଛନ୍ତି ଆୟୋଜକ । ପୂର୍ବରୁ ସବୁକିଛି ସ୍ଥିର ହୋଇ ସାରିଥିଲା । କିନ୍ତୁ ଲକ୍ଡାଉନ୍ ଘୋଷଣଶ ହୋଇଗଲା । ତେଣୁ ଦିନ ଗଡ଼ି ଚାଲିଲା ପଛେ ବାହାଘର ହୋଇ ପାରୁନଥିଲା । ହେଲେ ଶୁକ୍ରବାର ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । କଟକ ମଙ୍ଗଳାବାଗ ମୋହନ ମଣ୍ଡପ ପରିସରରେ ଶୁକ୍ରବାର ହୋଇଛି ଏକ ହାଇପ୍ରୋଫାଇଲ ବାହାଘର । ଉଭୟ ଉଭୟଙ୍କର ହାତ ଧରି ସାରା ଜୀବନ ପାଇଁ ସାଥି ପାଲଟିଛନ୍ତି ଆନନ୍ଦିତା ଏବଂ ଅମରେନ୍ଦ୍ର । କଟକ ସହରର ଜଣେ ଆଗଧାଡ଼ିର ଲୋକ ହେଉଛନ୍ତି ମଙ୍ଗଳବାଗ ନିବାସୀ ଶିବେନ୍ଦ୍ର ହାତୀ । କିଛି ଅଞ୍ଚଳରେ ତାଙ୍କର ବେଶ୍ ଭଲ ପ୍ରଭାବ ମଧ୍ୟ ରହିଛି । ଏବଂ କଟକ ମହାନଗର ଶାନ୍ତି କମିଟିର ସେ ଜଣେ ଛାମୁଆ ସଂଗଠକ । ତାଙ୍କ ପୁଅ ଅମରେନ୍ଦ୍ରଙ୍କ ବାହାଘର ଲାଗି ଶୁକ୍ରବାର ଏଭଳି ସବୁ ଆୟୋଜନ ହୋଇଥିଲା । ଯେଉଁଥିରେ ଉଭୟ ପକ୍ଷର ଜ୍ଞାନ୍ତି କୁଟୁମ୍ବଙ୍ କସହିତ ରାଜ୍ୟ ରାଜନୀତିର କିଛି ହାଇ ପ୍ରୋଫାଇଲ ନେତା ମାନେ ମଧ୍ୟ ଯୋଗ ଦେଇଥିଲେ । ଭୋଜିଭାତର ଆୟୋଜନ ବି ହୋଇଥିଲା । କିନ୍ତୁ ସେସବୁ ସରକାରୀ ନୀତି ନିୟମ ଆଧାରରେ ବୋଲି କହିଛନ୍ତି ଶିବେନ୍ଦ୍ର । ପ୍ରସଙ୍ଗ ଯାହାବି ହେଉନା କାହିଁକି । ଏପରି ସମୟରେ ସାମାଜିକ ଦୂରତା ବଜାୟ ରଖବା କେତେ ଦୂର ସମ୍ଭବ । ଉତ୍ସବରେ ଉଭୟ ଶାସକ ଏବଂ ବିରୋଧୀ ଦଳର ନେତାମାନେ ସାମିଲ ହେବାବି କେତେ ଦୂର ଗ୍ରହଣୀୟ । ଯଦି ଏଭଳି ଆୟୋଜନ ଜଣେ ସାଧାରଣ ଲୋକ କରିଥାନ୍ତେ । ତାହାଲେ ସେମାନଙ୍କୁ କଣ ପ୍ରଶାସନ ଅନୁମତି ଦେଇଥାନ୍ତା କି? ଏଭଳି ଅନକେ ପ୍ରଶ୍ନ ମୁଣ୍ଡ ଟେକୁଥିବା ବେଳେ କିନ୍ତୁ ଆୟୋଜକ କହିଛନ୍ତି । ସେ ସରକାରୀ ନୀତି ଓ ନିଦେ୍ର୍ଧଶକୁ ସମ୍ପୂର୍ଣ୍ଣ ଭାବେ ନଜରରେ ରଖି ସମସ୍ତ କାମ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons